ଗରିମା ସ୍କିମରେ ସଫେଇ କର୍ମଚାରୀଙ୍କୁ ସଫେଇ କିଟ ବଣ୍ଟନ

ଜୟପୁର ପୌର ପାଳିକା ତରଫରୁ ଟାଉନ ହଲ ଠାରେ ଗରିମା ସ୍କିମ ରେ ସଫେଇ କର୍ମଚାରୀ ଙ୍କୁ ସଫେଇ କିଟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଜୟପୁର ଉପ ଜ଼ିଲ୍ଲାପାଳ ତଥା ପୌର ପାଳିକା ନିର୍ବାହୀ ଅଧିକାରୀ ଏ ସସ୍ୟା ରେଡ୍ଡୀ ଓ ପୌର ପାଳିକା ଅଧକ୍ଷ ଯୋଗ ଦେଇ ସଫେଇ କର୍ମଚାରୀ ଙ୍କୁ କିଟ ପ୍ରଦାନ କରିଥିଲେ। ପୌର ପାଳିକା ରେ ସଫେଇ କର୍ମଚାରୀ ହେଉଛନ୍ତି ଜଣେ ଜଣେ ଯୋଦ୍ଧା। ଜୟପୁର ପୌର ପାଳିକା କୁ ସ୍ୱଚ୍ଛ ସରସ ସୁନ୍ଦର କରିବା ସେମାନଙ୍କ ଉପରେ ନ୍ୟସ୍ତ। ଅନେକ ସମୟ ରେ ସଫେଇ କର୍ମଚାରୀ ମାନେ ବିନା କିଟ ରେ ସଫେଇ କାର୍ଯ୍ୟ କରୁଛନ୍ତି। ସଫେଇ କର୍ମଚାରୀ ସୁରକ୍ଷିତ ରହିଲେ ସେମାନଙ୍କ ପରିବାର ସୁରକ୍ଷିତ ରହିବେ। ସଫେଇ କର୍ମଚାରୀ ପରିବାର ଙ୍କ ସୁରକ୍ଷିତ କୁ ଦୃଷ୍ଟିରେ ରଖି ସରକାର ଙ୍କ ତରଫରୁ ଗରିମା ସ୍କିମ କରାଯାଇଛି। ଏହି ସ୍କିମ ରେ ପ୍ରତି ସଫେଇ କର୍ମଚାରୀ ଙ୍କୁ ସଫେଇ କିଟ ପ୍ରଦାନ କରାଯାଇଛି। ସେମାନେ ସେଇ କିଟ ପିନ୍ଧି ସଫେଇ କାର୍ଯ୍ୟକ୍ରମ କରିବେ ବୋଲି ଜୟପୁର ପୌର ପାଳିକା ଅଧକ୍ଷ କହିଛନ୍ତି।