ବୁଦ୍ଧ ପୂର୍ଣ୍ଣିମାରେ ବାଲୁକା କଳାରେ ଚମକିଲା ପୁରୀ ବେଳାଭୂମି

ପୁରୀ: ପବିତ୍ର ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିବସରେ ଭଗବାନ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ । ଏହି ଭଗବାନ ବୁଦ୍ଧ ଅସୀମ ଜ୍ଞାନ ପ୍ରାପ୍ତି ସହ ନିର୍ବାଣ ପ୍ରାପ୍ତି ମଧ୍ୟ କରିଥିଲେ। ଏଣୁ ଏହି ଦିବସକୁ ବୌଦ୍ଧ ଧର୍ମାବଲମ୍ବୀ ମାନେ ପୂଜାର୍ଚ୍ଚନା ,ପ୍ରାର୍ଥନା ଏବଂ ଉପାସନା କରି ପାଳନ କରିଥାନ୍ତି। ଏହି ପବିତ୍ର ଦିବସ ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀ ବେଳାଭୂମିରେ ସେ ଏହି ସୁନ୍ଦର ବାଲୁକା ଚିତ୍ରକଳା ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ଭଗବାନ ବୁଦ୍ଧଙ୍କ ମୁଖ ମଣ୍ଡଳ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି। ତେବେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଭଗବାନ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା ରହିଛି। ବୁଦ୍ଧଙ୍କ ସତ୍ୟ, ଅହିଂସା ଓ କରୁଣା ବାର୍ତ୍ତାକୁ ନେଇ ଅନେକ ତାଙ୍କର ଅନୁଗାମୀ ରହିଛନ୍ତି ।