(ମୁମ୍ବାଇ) : ବଡିଗାର୍ଡଙ୍କ ଉପରେ ରାଗିଗଲେ ଭାଇଜାନ । ଫିଲ୍ମ ରିଲିଜ୍ ପରେ ସେ ଦୁବାଇରୁ ମୁମ୍ବାଇକୁ ଫେରିଛନ୍ତି। ଏୟାରପୋର୍ଟରେ ଆସୁଥିବା ବେଳେ ଜଣେ ପ୍ରଶଂସକଙ୍କୁ ଠେଲି ଦେବାରୁ ବଡିଗାର୍ଡଙ୍କ ଉପରେ ରାଗିଗଲେ ସଲମାନ।
ସବୁବେଳେ ଫ୍ୟାନ୍ସ ସେଲ୍ଫି ରୋକ ଲଗାଇଥାନ୍ତି ବଡିଗାର୍ଡ। ଏହି କ୍ରମରେ ସଲମାନ ଏୟାରପୋର୍ଟ ଆସୁଥିବା ବେଳେ ଜଣେ ପ୍ରଶଂସକ ସଲମାନଙ୍କୁ ହ୍ୟାଣ୍ଡସେକ୍ କରିବା ପାଇଁ ହାତ ବଢାଇଥିଲେ। ହେଲେ ସଲମାନଙ୍କ ବଡିଗାର୍ଡ ଶେରା ଆଗକୁ ଚାଲିଆସି ପ୍ରଶଂସକଙ୍କ ହାତକୁ ଠେଲି ଦେଇଥିଲେ। ବଡିଗାର୍ଡ ଶେରାଙ୍କ ଏପରି ବ୍ୟବହାରକୁ ଗ୍ରହଣ କରିନଥିଲେ ସଲମାନ। ଏପରିକି ସଲମାନ ସେହିଠାରେ ହିଁ ରାଗିଯାଇଥିଲେ।

ଅନ୍ୟପଟେ ନିକଟରେ ‘କିସି କି ଭାଇ କିସି କି ଜାନ’ ରିଲିଜ ହୋଇଯାଇଛି । ଯାହାକୁ ନେଇ ସବୁଆଡୁ ଢେର ସାରା ଭଲପାଇବା ମିଳିଛି ତେବେ ସେ ପିତା ବନିବାକୁ ଚାହୁଁଥିବା ଜଣାପଡିଛି । ତାହା ଏବେ ଚର୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ନିଜ ପରିବାର ଜନଙ୍କ ସହିତ ସହିତ ସମୟ କଟାଇବା ଦେଖିବାକୁ ମିଳିଥିଲା ।