(ମୁମ୍ବାଇ) : ନିକଟରେ ‘କିସି କି ଭାଇ କିସି କି ଜାନ’ ରିଲିଜ ହୋଇଯାଇଛି । ଯାହାକୁ ନେଇ ସବୁଆଡୁ ଢେର ସାରା ଭଲପାଇବା ମିଳିଛି । ତେବେ ସେ ପିତା ବନିବାକୁ ଚାହୁଁଥିବା ଜଣାପଡିଛି । ତାହା ଏବେ ଚର୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ନିଜ ପରିବାର ଜନଙ୍କ ସହିତ ସହିତ ସମୟ କଟାଇବା ଦେଖିବାକୁ ମିଳିଥିଲା ।
ଇଣ୍ଡିଆ ଟିଭିର ଆପ୍ କୀ ଅଦାଲତ ସୋ’ରେ ଯୋଗଦେଇ ସେ କହିଛନ୍ତି ଯେ, ତାଙ୍କର ବାପା ହେବା ଯୋଜନା ଥିଲା। ତେବେ ବର୍ତ୍ତମାନର ଆଇନ ଅନୁସାରେ ଭାରତରେ ଏହା ସମ୍ଭବ ହୋଇପାରିବ ନାହିଁ। ସେ କହିଛନ୍ତି .’ପିଲାଙ୍କ ପ୍ରତି ମୋର ବହୁତ ଭଲ ପାଇବା ରହିଛି। କିନ୍ତୁ ପିଲା ଆସିଲେ ମା’ ବି ଆସିବ। ପିଲା ପାଇଁ ମା ଅତ୍ୟନ୍ତ ଭଲ। କିନ୍ତୁ ଆମ ଘରେ ଅନେକ ମା’ ଅଛନ୍ତି ‘।
ସଲମାନ ଖାନଙ୍କ ସିନେମା ‘କିସି କା ଭାଇ କିସି କି ଜାନ ’ଏବେ ରିଲିଜ ହୋଇଥିବା ବେଳେ ଆଗାମୀ ଦିନରେ ଟାଇଗର ୩ ନାମରେ ତାଙ୍କର ଏକ ସିନେମା ଆସିବ। ଚଳିତବର୍ଷ ଦୀପାବଳିରେ ଏହା ରିଲିଜ ହେବ। ତାଙ୍କ ସହିତ ଅଭିନେତ୍ରୀ ଭାବେ କାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ।