ସାଲେପୁର ୟୁକୋ ବ୍ୟାଙ୍କ ଡିଜିଟାଲ ଶାଖା ଲୋକାର୍ପିତ

ସାଲେପୁର(ତାରାକାନ୍ତ ନାୟକ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆଜି ସାରା ଭାରତ ବର୍ଷରେ ୭୫ଟି ଡିଜିଟାଲ ବ୍ୟାଙ୍କ୍ ଶାଖାର ଶୁଭାରମ୍ଭ ହୋଇଛି।ଏହି ଅବସରରେ ସାଲେପୁର ଠାରେ  ୟୁକୋ ବ୍ୟାଙ୍କର ଡିଜିଟାଲ ଶାଖାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି   ଭିଡିଓ କନ୍ଫରେନ୍ସି ଜରିଆରେ  ଲୋକାର୍ପିତ କରିଛନ୍ତି।କାର୍ଯ୍ୟକ୍ରମରେ ଅତିଥିଭାବେ  କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ  ଏହାଦ୍ବାରା ଗ୍ରାହକ ମାନେ ତ୍ୱରିତ ସେବା ପାଇ ପାରିବେ ବୋଲି କହିଥିଲେ।

ଅନ୍ୟତମ ଅତିଥି ଭାବେ ସାଂସଦ ଅନୁଭବ ମହାନ୍ତି,କଟକ ଜିଲ୍ଲା ବିଜେପି ସଭାପତି ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା,ୟୁକୋ ବ୍ୟାଙ୍କ ର ଏଜୁକ୍ୟୁଟି ନିର୍ଦ୍ଦେଶକ ଇସରାତ୍ ଅଲ୍ଲୀ ଖାନ,  ଏଲ ଡି ଏମ ରାଜେଶ୍ କୁମାର ବେହେରା, ଏଜି ଏମ ଆଶିଷ କୁମାର ବିଶ୍ବାଳ,ଦୀପ୍ତି ସେନାପତି , ନୀତେଶ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଏହି  ଅବସରରେ ସାଲେପୁର ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ନିର୍ମଳ ପ୍ରସାଦ ସାହୁ ଅତିଥି ମାନଙ୍କୁ  ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ଅଭ୍ୟର୍ଥନା ଦେଇଥିଲେ।

ଡିଜିଟାଲ ଶାଖାର ପରିଚାଳକ ଦୀପ୍ତି ରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ୟୁକୋ ବ୍ୟାଙ୍କର ସଞ୍ଜୟ କୁମାର ପଣ୍ଡା, ଧନେଶ୍ଵର ରାଉତ,ସୁବାସ ଚନ୍ଦ୍ର ପାଢ଼ୀ,ସରସ୍ଵତୀ ଭୂୟାଁ,କାର୍ତ୍ତିକ ମଲ୍ଲିକ,ସୁଲିପ୍ତ ଭୂୟାଁ,ସଞ୍ଜୟ କୁମାର ମହାନ୍ତି, ତାନୁଜ ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଅପରପକ୍ଷେ ଏହି ନୂତନ ଡିଜିଟାଲ ଶାଖା ଦ୍ଵାରା ଗ୍ରାହକ ନିଜେ ଟଙ୍କା ଜମା ସହ ଉଠାଣ କରିପାରିବେ,କାଗଜ କଲମ ର ବ୍ୟବହାର ରହିବା ନାହିଁ,୧୫ ଜି ଫର୍ମ୍ ନେଇପାରିବେ,ନୂତନ ଜମା ଖାତା ଖୋଲି ପାରିବେ,ଋଣ ନେବା ପାଇଁ ଇଛୁକ ବ୍ୟକ୍ତି ମାନେ ସୁଳ୍ପ ସମୟରେ ନେଣ ଦେଣ କରିପାରିବେ ଆଦି ବିଭିନ୍ନ ସୁବିଧା ସୁଯୋଗ ଅତି ସହଜ ସରଳ ରେ ଗ୍ରାହକ ମାନେ ଏହି ଡିଜିଟାଲ ଶାଖା ରୁ ପାଇଁ ପାରିବେ ବୋଲି ସାଲେପୁର ୟୁକୋ  ବ୍ୟାଙ୍କର ଶାଖା ପରିଚାଳକ ନିର୍ମଳ ପ୍ରସାଦ ସାହୁ ଙ୍କ ଠାରୁ ସୂଚନା ମିଳିଛି।