ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ

କଟକ ଜିଲ୍ଲା ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅବକାରୀ, ଆଇନ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମୁଖ୍ୟ ବକ୍ତା ଭାବେ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭବେ କଟକ ଉପ ଜଲ୍ଲାପାଳ ଦିବ୍ୟ ଲୋଚନ ମହନ୍ତ ଯୋଗ ଦେଇଥିଲେ। ସୂଚନା ମୁତାବକ ଚଳିତ ବର୍ଷ ଦୁଇଦିନ ଧରି ଅନୁଷ୍ଠିତ କଟକ ଜିଲ୍ଲାର ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବର୍ଷିକ ଉତ୍ସବ ଉଦଯାପିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସଂଗୀତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ପ୍ରଥମ ଦିବସରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ।

ବାର୍ଷିକ ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇ ଛାତ୍ର ଛାତ୍ରୀମାନେ ଶିକ୍ଷା ଗ୍ରହଣ ସମାଜ ପାଇଁ କାର୍ଯ୍ୟକଲେ ରାଜ୍ୟ ଓ ଦେଶର ବିକାଶ ହେବା ସହ ୧୯୬୪ ମସିହାରେ ସାଲେପୁର ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଯେଉଁ ମହାପୁରୁଷ ମାନେ କଲେଜର ଭିତ୍ତିଭୂମି ସ୍ଥାପନ କରିଥିଲେ ସେମାନଙ୍କ ସ୍ୱପ୍ନ ସାକାର ହେବ ବୋଲି ଅଭିଭାଷଣ ରେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଯୋଗ ଦେଇ ଯେତେ କଠିନ ସମସ୍ୟା ଆସୁ ଧର୍ଯ୍ୟ ନ ହରେଇ ଧର୍ଯ୍ୟର ସହ ମୁକାବିଲା କଲେ ସମସ୍ୟା ସମାଧାନ ହେବା ସହ ତୁମ୍ଭ ମାନଙ୍କର ଅନ୍ତର୍ନିହିତ ଜ୍ଞାନର ବିକାଶ ହେବ ବୋଲି ଅଭିଭାଷଣ ରେ ପ୍ରକାଶ କରିଥିଲେ। ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।