ଠକାମିର ଶିକାର ହେଲେ ସଚିନ ତେନ୍ଦୁଲକର

ଇଣ୍ଟରନେଟରେ ସଚିନଙ୍କ ନାମ ଫଟେ ଏବଂ ସ୍ୱର ବ୍ୟବହାର କରି ବିଜ୍ଞାପନ କରାଯାଉଛି

ଠକାମୀର ଶିକାର ହୋଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ।ଇଣ୍ଟରନେଟରେ ସଚିନଙ୍କ ନାମ ଫଟେ ଏବଂ ସ୍ୱର ବ୍ୟବହାର କରି ବିଜ୍ଞାପନ କରାଯାଉଛି । ଯାହାକୁ ନେଇ ସଚିନ ମାମଲା ଦାଏରା କରିଛନ୍ତି କ୍ରାଇମବ୍ରାରେ । ଇଣ୍ଟରନେଟରେ ଚାଲୁଥିବା କିଛି ଫେକ ବିଜ୍ଞାପନରେ ସଚିନଙ୍କର ବ୍ୟକ୍ତିଗତ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ ସେହି ପ୍ରଡକ୍ଟ କିଣିଲେ ସଚିନଙ୍କ ହସ୍ତାକ୍ଷର ଥିବା ଟି-ଶାର୍ଟ ମିଳିବ ବୋଲି ମଧ୍ୟ ଉକ୍ତ ବିଜ୍ଞାପନରେ ଦାବି କରାଯାଇଥିଲା ।

ଫେସବୁକରେ ଏକ ଅଏଲ କମ୍ପାନୀର ବିଜ୍ଞାପନ ସଚିନ ଦେଖିଥିଲେ । ଉକ୍ତ ବିଜ୍ଞାପନରେ ତେନ୍ଦୁଲକରଙ୍କର ଫଟୋକୁ ବ୍ୟବହାର କରାଯିବା ସହ ସଚିନ ନିଜେ ଏହି ପ୍ରଡକ୍ଟ କିଣିବାକୁ ସୁପାରିଶ କରିଥିବା ବିଜ୍ଞାପନ ତଳେ ଲେଖାଯାଇଥିଲା । ତେବେ ସଚିନଙ୍କର ଅଭିଯୋଗ ପରେ ମୁମ୍ବାଇ ପୋଲିସ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୫ ଏବଂ ୫୦୦ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି ।ଏପରି ବିଜ୍ଞାପନ ଇନଷ୍ଟାଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା । ତେନ୍ଦୁଲକରଙ୍କ ବ୍ୟକ୍ତିଗତ ସହାୟକ ଏହି ମାମଲା ଦାଏର କରିଥିବା ଜଣାପଡ଼ିଛି । ତେବେ ସଚିନଙ୍କ ବିନା ଅନୁମତିରେ ତାଙ୍କ ଫଟୋ, ସ୍ୱର ବ୍ୟବହାର କରାଯାଇଛି । ଯେଉଁଥିପାଇଁ ସେ ଥାନାରେ ପହଞ୍ଚିଛନ୍ତି ।