ସଦର ଥାନା ପକ୍ଷରୁ ଜୀବନ ହାରିବା ପଦକ୍ଷେପ ବିରୋଧରେ ଓ ଆତ୍ମ ସୁରକ୍ଷାକୁ ନେଇ ସଚେତନତା ଶିବିର…

କେନ୍ଦୁଝର ୧୯.୮.୨୦୨୫ ଆଜି ରାଇସୁଆଁ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରତିନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଜୀବନ ହାରିବା ଭଳି ଚରମ ପଦକ୍ଷେପ ବିରୋଧରେ ଓ ଆତ୍ମସୁରକ୍ଷାକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିର ରେ ମୂଖ୍ୟ ଅତିଥି ଭାବରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ ଭୂୟାଁ ଯୋଗ ଦେଇ ଛାତ୍ରୀମାନେ କେମିତି ମାନସିକ ଚାପରୁ ଦୁରେଇ ରହିବେ ସେ ବିଷୟ ରେ ସର୍ବିଷେଷ ଆଲୋଚନା କରିଥିଲେ। ଏହା ସହ ବର୍ତ୍ତମାନର ରାଜ୍ୟସରକାର ଅସହାୟ ଓ ଚାପଗ୍ରସ୍ତ ମହିଳା ମାନଙ୍କ ପାଇଁ ତତ୍ପରତା ଦେଖାଇ କିପରି ବିଭିନ୍ନ ଆଇନ ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଉଛି ।

ଏଥିରେ ପୋଲିସ୍ ର ଭୁମିକା ବିଷୟରେ ଓ ଏହି ଆଇନ୍ ପାଳନ ପାଇଁ ରାଜ୍ୟପୋଲିସ କିଭଳି କାର୍ୟ୍ୟ କରୁଛି ସେ ବିଷୟ ରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇ ଥିଲେ। ମହିଳା ମାନେ ଆତ୍ମ ନିର୍ଭରଶିଳ ହୋଇ ନିର୍ଭିକ ଭାବରେ କିପରି ନିଜ ନିଜ କର୍ମକ୍ଷେତ୍ରରେ ଆଗକୁ ବଢିବେ ବୋଲି ଆହ୍ୱାନ କରିଥିଲେ ସବଇନିସପେକ୍ଟର ସୂର୍ୟ୍ୟ ରାଉତରାୟ। ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡିସିପିଓ ସସ୍ମୀତା ହୋରୋ, କନେଷ୍ଟବଳ ମାନ୍ଦ୍ରମଣୀ ମହାନ୍ତଇଂରାଜୀ ଅଧ୍ୟାପକ ବିପିନ ବିହାରୀ ସାହୁ, ଡା.ଆର୍ୟ୍ୟ କୁମାର ରାଉତ,ପୁନମ ମିଶ୍ର, ସଂଗୀତ ଗିରୀ, ଲାଇବ୍ରେରିଆନ ଅଜୟ ସାହୁ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ଯଥା ସମ୍ଭବ ଏସବୁକୁ ରୋକିବା ଅଭିଯାନ ରେ ସାମିଲ ହେବା ନେଇ ଶପଥ ଗ୍ରହଣ କରିଥିଲେ ।