ରୁଷକୁ ଅନ୍ତରାଷ୍ଟ୍ରୀୟ କୋର୍ଟ ଅଫ୍ ଜଷ୍ଟିସର ତାଗିତ୍ ଯୁଦ୍ଧ ବନ୍ଦ କରୁ ରୁଷ

ରୁଷକୁ ଅନ୍ତରାଷ୍ଟ୍ରୀୟ କୋର୍ଟ ଅଫ୍ ଜଷ୍ଟିସର ତାଗିତ୍ ଯୁଦ୍ଧ ବନ୍ଦ କରୁ ରୁଷ । ଆଇସିଜେ କହିଛନ୍ତି, ମୈାଳିକ ଆବଶ୍ୟକତାରୁ ବଞ୍ଚିତ ହୋଇଛନ୍ତି ଲୋକେ । ସେଥିପାଇଁ ଦେଶ ଛାଡୁଛନ୍ତି ଶହ ଶହ ଲୋକେ । ତେବେ ୟୁକ୍ରେନ- ରୁଷ ଯୁଦ୍ଧକୁ ଆଜିକୁ ୨୨ ଦିନ ପୁରିଛି । ଆକ୍ରମଣ ଉପରେ ପ୍ରତି ଆକ୍ରମଣ ଚାଲିଛି । ଯୁଦ୍ଧକୁ ରୋକିବା ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନି । ଗୋଟେପଟେ ଶାନ୍ତି ଆଲୋଚନା ଅନ୍ୟପଟେ ମିଶାଇମାଡ । ଖାର କିଭ ରେ ବୋମାମାଡ । ସେପଟେ ଇଟଂରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ ବା ଆଇସିଜେର ବଡ ଝଟକା ଲାଗିଛି ରୁଷକୁ । ଆଇସିଜେଙ୍କ ନିର୍ଦ୍ଦେଶ ରୁଷ ତୁରନ୍ତ ଯୁଦ୍ଧ ବନ୍ଦ କରୁ ।

 

ଯୁଦ୍ଧକୁ ରୋକିବା ପାଇଁ ୟୁକ୍ରେନ ଗତ ୨୬ ରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା । ଆଇସିଜେ କହିଛନ୍ତି,ଏହି ରାୟକୁ ଉଭୟ ପକ୍ଷ ମାନିବା ଦରକାର ବୋଲି ତୁରନ୍ତ ସାମରିକ କାର୍ଯ୍ୟନୁଷ୍ଠାନ ବନ୍ଦ କରୁ ରୁଷ । ଅନ୍ୟପକ୍ଷରେ କୈାଣସି ରାଷ୍ଟ୍ର ପକ୍ଷରୁ ୟୁକ୍ରେନକୁ ସୈନ୍ୟ ପଠା ନଯାଉ ବୋଲି ରହିଛି ନିର୍ଦ୍ଦେଶ । ଏହି ଯୁଦ୍ଧ ହେବା ଫଳରେ ଲୋକମାନେ ସେମାନଙ୍କର ମୈାଳିକ ଆବଶ୍ୟକତା ବଞ୍ଚିତ ହୋଇଛନ୍ତି । ତେବେ ଶୁଣାଣି ବେଳେ ୧୩ ଜଣ ବିବାର ପତିଙ୍କ ମଧ୍ୟରୁ ମାସତ୍ର ୨ ଜଣ ରୁଷ ସପକ୍ଷରେ ଭୋଟ ଦେଇଥିଲେ । ଅବଶିଷ୍ଟ ଭୋଟ ୟୁକ୍ରେନ ସପକ୍ଷରେ ଯାଇଥିଲା । ରୁଷ୍ ନିଜର ସୁରକ୍ଷା କାରଣ ଦର୍ଶାଇ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷ୍ ବିରୋଧରେ ବିଶ୍ବବ୍ୟାପୀ ସମର୍ଥନ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି।