ସରକାରଙ୍କ ଫୋକସରେ ଗ୍ରାମ୍ୟ ବିକାଶ

ସରକାରଙ୍କ ଫୋକସରେ ଗ୍ରାମ୍ୟ ବିକାଶ । ୨୦୨୭ ଡିସେମ୍ବର ସୁଦ୍ଧା ସବୁ ଗାଁକୁ ରାସ୍ତା, ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗ ଲକ୍ଷ୍ୟ । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ‘ମିସନ ପାୱାର’ । ପାୱାରର ଅର୍ଥ ହେଉଛି ବିଦ୍ୟୁତ ଯୋଗାଣ, ଜଳଯୋଗାଣ ଓ ରାସ୍ତା ସଂଯୋଗୀକରଣ । ଏହି କାର୍ଯ୍ୟକ୍ରମ ମିଶନ ମୋଡ୍‌ରେ କରାଯିବ । ଏଥିପାଇଁ ସଂକଳ୍ପ ଚିଠା ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି । ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଖସଡା ପ୍ରସ୍ତୁତ କରି ସମୟ ସୀମା ଭିତରେ ସାରିବାକୁ ଟାର୍ଗେଟ ଦିଆଯାଇଛି । ମିସନ ପାୱାର’କୁ ମିଶନ ମୋଡ୍‌ରେ କରିବାକୁ ଆସନ୍ତା ୧୦ତାରିଖରେ ବଡ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବୈଠକରେ କାଯ୍ୟକାରୀ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ।