(କୋଲକାତା) : ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ ବଡ଼ ଘୋଷଣା । RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । କରୋନାର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି ।
ସୂଚନାନୁଯାୟୀ , ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍ ଯାତ୍ରୀମାନଙ୍କୁ RTPCR ନେଗେଟିଭ୍ ରିପୋର୍ଟ ଥିବା ଆବଶ୍ୟକ । ଏହି ରିପୋର୍ଟ ମୂଳ ଷ୍ଟେସନରୁ ଟ୍ରେନ୍ ଛାଡିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର ।