ତାମିଲନାଡ଼ୁରେ ସ୍ଥଗିତ ହେଲା ଆରଏସଏସ ଶୋଭାଯାତ୍ରା

RSS procession suspended in Tamil Nadu

ଚେନ୍ନାଇ : ତାମିଲନାଡ଼ୁରେ ହେବାକୁ ଥିବା ରାଜ୍ୟବ୍ୟାପି ଶୋଭାଯାତ୍ରାକୁ ଆସନ୍ତାକାଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆରଏସଏସ ପକ୍ଷରୁ ସ୍ଥଗିତ ରଖିଛି । ଶୋଭାଯାତ୍ରାକୁ ନେଇ ମାଡ୍ରାସ ହାଇକୋର୍ଟ ଶୁଣାଇଥିବା ରାୟ ଉପରେ ସଂଘ ଅସନ୍ତୁଷ୍ଟ ପ୍ରକାଶ କରିଛି ।  ଶୋଭାଯାତ୍ରାକୁ କୌଣସି ପଡ଼ିଆ ଭିତରେ  କିମ୍ବା ଷ୍ଟାଡିୟମରେ କରିବାକୁ ମାଡ୍ରାସ ହାଇକୋର୍ଟ ଶୁଣାଇଥିଲେ । ଏହି ରାୟ ଆସିବା ପରେ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଶୋଭାଯାତ୍ରାକୁ ସ୍ଥଗିତ ରଖିଛି ।

ଏଥିସହ  ହାଇକୋର୍ଟ ରାୟକୁ ଚାଲେଞ୍ଜ କରି ସଂଘ ସୁପ୍ରିମକକର୍ଟ ଯିବ ବୋଲି କହିଛି। ଆରଏସଏସ କହିଛି ଯେ, ହାକୋର୍ଟରଙ୍କ ରାୟ ଅଗ୍ରହଣୀୟ। ଆମେ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବୁ। ଆରଏସଏସ ପକ୍ଷରୁ ନଭେମ୍ବର ୬ରେ ତାମିଲନାଡ଼ୁରେ ୪୪ଟି ସ୍ଥାନରେ ପଦଯାତ୍ରା ହେବାର ଥିଲା।କିନ୍ତୁ ମାଡ୍ରାସ୍ ହାଇକୋର୍ଟ ସଂଘର ଏହି ନିଷ୍ପତି ବିରୋଧରେ ରୋକ ଲଗାଇ କେବଳ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ୫୦ଟି ଜାଗାରୁ ୩ଟି ଜାଗାରେ ଶୋଭାଯାତ୍ରା ପାଇଁ ଆରସଏସକୁ ଅମୁମତି ଦେଇଥିଲେ । ଏହାକୁ ବିରୋଧ କରି ସଂଘ ହାଇକୋର୍ଟ ଯାଇଥିଲା । ତେବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ କୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ତେବେ ଏହି ରାୟରେ ଅସହମତି ପ୍ରକାଶ କରି ସଂଘ କହିଛି ଯେ,  କଶ୍ମୀର, ପଶ୍ଚିମବଙ୍ଗ, କେରଳ ଏବଂ ଅନ୍ୟ ସ୍ଥାନରେ ଖୋଲା ପଦଯାତ୍ରା ପାଇଁ ଅନୁମତି ମିଳୁଛି ।

କିନ୍ତୁ ତାମିଲନାଡ଼ୁରେ ଆମକୁ ଅନୁମତି ମିଳୁନି। ଏଥିପାଇଁ ଆମେ ଉପର ଫୋରମକୁ ଯିବୁ ବୋଲି ସଂଘ କହିଛି । କୋଏମ୍ବାଟୁର, ପୋଲାଚି, ନେଗେରକ୍ଲି ଆଦି ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିରେ ଶୋଭାଯାତ୍ରା ପାଇଁ କୋର୍ଟ ଅନୁମତି ଦେଇ ନାହାନ୍ତି । ଦୀପାବଳିର ଗୋଟିଏ ଦିନ ପୂର୍ବରୁ କୋଏମ୍ବାଟୁରରେ ଏକ କାର୍ ବିସ୍ଫୋରଣ ଘଟିଥିଲା । ଏଥିରେ  ଜମେଶା ମୁବିନ୍ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ଏବେ ଏନଆଇଏ ଦ୍ୱାରା ଯାଞ୍ଚ କରାଯାଉଛି ।