ଗଜପତି / କୃଷ୍ଣ କୁମାର ବେହେରା : ବିନା ଟ୍ରିଟ୍ ମେଣ୍ଟ ରେ ହସପିଟାଲ ପକ୍ଷରୁ ୫ ଲକ୍ଷ ଟଙ୍କା ହଡପ । ବିନା କୋଣସି ଟ୍ରିଟ୍ ମେଣ୍ଟ ରେ ରୋଗୀ’ଙ୍କ ପରିବାର ବର୍ଗ’ଙ୍କ ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କା ହଡପ ।
ସ୍ନାୟୁରୋଗରେ ପୀଡିତ କାଶୀନଗର ବ୍ଲକ ଅନ୍ତର୍ଗତ ହାଦୁଭାଙ୍ଗି ପଞ୍ଚାୟତ’ର ଚୁଡଙ୍ଗପୁର ଗ୍ରାମ ନିବାସୀ ୫୧ ବର୍ଷ ବୟସ୍କ- ତାଡେଲା ଆପାନ୍ନା ଏହି ଠକାମୀର ଶିକାର ହୋଇଛନ୍ତି ।
ଆନ୍ଧ୍ର’ର ବିଶାଖାପାଟଣା ସ୍ଥିତ ମେଡିକାବାର ହସ୍ପିଟାଲରେ ଆପନ୍ନା ଚିକ୍ରିସା ହେଉଥିବା ବେଳେ ଏହି ଠକାମୀର ଶିକାର ହୋଇଥିଲେ । ତେବେ
ଚିକିସ୍ୟା ବାବଦରେ କେତେ କଣ ଖର୍ଚ୍ଚ ହେଲା ବୋଲି ପଚାରିବାରୁ ମେଡିକାଲ ପ୍ରଶାସନ ଅତି କର୍କଶ ଭାବରେ କହିଲେ ଯେ , ରୋଗୀ’ର ଯାହାସବୁ ଚିକିସ୍ୟା କରିବା କଥା ଆମେ କରିଦେଇଛୁ , ଏବେ ତୁମେ ରୋଗୀ’କୁ ଘର’କୁ ନେଇଯାଅ ବୋଲି କହିଥିଲେ ।
ଚିକ୍ରିସା ପରେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଭଲ ରହୁନଥିବାରୁ କେବଳ ଟଙ୍କା ଲୁଟ ପାଇଁ ଆପନ୍ନାଙ୍କୁ ମିଛ ଚିକ୍ରିସା କରିବାର ପ୍ରତିଶୂତି ଦେଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ରୋଗୀ ତାଡେଲା ଅପାନ୍ନା ପାରଳାଖେମୁଣ୍ଡି ସ୍ଥିତ ବଡ ଡାକ୍ତରଖାନା’ରେ ଚିକିସ୍ୟାଧିନ ଅବସ୍ଥା’ରେ ରହି , ସେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି । ପରିବାର ତରଫରୁ ହସ୍ପିଟାଲ କର୍ତ୍ତୁପକ୍ଷ ଓ ପ୍ରଶାସନ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ କରିବା ପାଇଁ ଦାବୀ ହୋଇଛି ।