ରାଉରକେଲା ବିମାନ ଦୁର୍ଘଟଣା: ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ । ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗତ ୧୦ ତାରିଖରେ ଜଲ୍‌ଦା ପାଖରେ ହୋଇଥିଲା ଦୁର୍ଘଟଣା । ୨ ପାଇଲଟ୍‌ଙ୍କ ସମେତ ୬ ଆହତ ହୋଇଥିଲେ, ସୁଶାନ୍ତ ଗୁରୁତର ଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଏକ ଛୋଟ ବିମାନ । ଯେଉଁଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ବେଳେ ହଠାତ୍‌ ଯାନ୍ତ୍ରୀକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହାପରେ ପାଇଲଟ୍ ତୁରନ୍ତ ବିମାନକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍‌ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।