ଜଳମଗ୍ନ ସ୍ଥିତି ହେତୁ ମୁମ୍ବାଇରେ ବାତିଲ ହେଲା ଟ୍ରେନ , ୬ ହଜାର ଯାତ୍ରୀ ହନ୍ତସନ୍ତ
ଗତ କିଛିଦିନ ହେଲା ମୁମ୍ବାଇକୁ ଲାଗିଥିବା କେତେଗୁଡ଼ିଏ ଅଞ୍ଚଳ ଯଥା- ଥାନେ ଓ ପାଲ ଘର ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଗତ କିଛିଦିନ ହେଲା ପ୍ରବଳ ଧାରାରେ ବର୍ଷା ହେଉଛି ।
(ମୁମ୍ବାଇ) : ଗତ କିଛିଦିନ ହେଲା ମୁମ୍ବାଇକୁ ଲାଗିଥିବା କେତେଗୁଡ଼ିଏ ଅଞ୍ଚଳ ଯଥା- ଥାନେ ଓ ପାଲ ଘର ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଗତ କିଛିଦିନ ହେଲା ପ୍ରବଳ ଧାରାରେ ବର୍ଷା ହେଉଛି । ଫଳରେ ଏହି ସବୁ ସ୍ଥାନମାନଙ୍କରେ ଜଳମଗ୍ନ ସ୍ଥିତି ଦେଖା ଦେଇଛି। ଫଳ ସ୍ୱରୂପ ରେଳ ସେବା ସହିତ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
ସୂଚନାନୁଯାୟୀ , ପୁଣି ପାଣିପାଗ ବିଭାଗ ପକ୍ଷରୁ ଆହୁରି ୩-୪ ଦିନ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି। ରତ୍ନଗିରି ଓ ରାୟଗଡ଼ ଜିଲ୍ଲାରେ ପ୍ରବଳ ପର୍ଷା ଯୋଗୁ ନଦୀ ବିପଦ ସଂକେତରେ ପ୍ରବାହ ହେଉଛି। ଏଥିପାଇଁ ଯାତ୍ରୀଙ୍କୁ ସୁରକ୍ଷାକୁ ଦେଖି କୋନକୋନା ରଳେମାର୍ଗରେ ଗୁରୁବାର ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ଫଳରେ ୬ ହଜାର ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। କୋନକୋନା ରେଳବାଇ ପକ୍ଷରୁ କୁହାଯାଇଛି ଯେ ୯ଟି ଟ୍ରେନ୍ରେ ପରିବର୍ତ୍ତନ କରାଯାଇଛି। ଏହି ସବୁ ଟ୍ରେନ୍ର ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଖାଦ୍ୟପାନୀୟ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛି ରେଳବାଇ।