ସେଦିନ ରାତିରେ ସେମିନାର୍ ହଲ୍‌କୁ ଯାଇନଥିଲେ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ!

ଧୀରେ ଧୀରେ ଖୋଲୁଛି ଗୁମର | ସାମ୍ନାକୁ ଆସୁଛି କୋଲକାତା RG କର ମେଡିକାଲ କଲେଜ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ । ଏହାରିଭିତରେ ସାମ୍ନାକୁ ଆସିଛି କୋଲକାତା ଲଜ୍ଜାର ବଡ଼ ପ୍ରମାଣ । ଏହି ସମୟରେ ଅଗଷ୍ଟ ୯ ତାରିଖ ରାତିରୁ ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଚେଷ୍ଟ ବିଭାଗର ସେମିନାର ହଲକୁ ଯାଉଥିବାର ନଜର ଆସିଛନ୍ତି।

ସିସିଟିଭି ଫୁଟେଜ୍‌ ଅନୁଯାୟୀ, ସଞ୍ଜୟ ଭୋର ୪.୦୩ରେ କରିଡର ଦେଇ କ୍ରାଇମସିନରେ ପହଞ୍ଚିଛନ୍ତି ଏବଂ ପ୍ରାୟ ୪.୩୨ ସମୟରେ ସେଠାରୁ ବାହାରକୁ ଆସିଛନ୍ତି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେ ୪୦ମିନିଟ ଧରି ସେମିନାର ହଲରେ ଥିଲେ। ବର୍ତମାନ ଫୁଟେଜ ଭାଇରଲ ହେଉଛି | କୋଲକାତା ପୋଲିସ ଓ ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେଦିନ ରାତିରେ ସେମିନାର୍ ହଲ୍‌କୁ ଯାଇଥିଲେ ମୋଟ୍ ୬ ଜଣ । ପୀଡ଼ିତା ଅଭୟା, ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ ଥିଲେ । ରାତିରେ ଡ୍ୟୁଟି ପରେ ସେମିନାର୍ ହଲରେ ହିଁ ପୀଡ଼ିତାଙ୍କ ସହ ଏମାନେ ଡିନର କରିଥିଲେ । ଡିନର୍ ପରେ ୪ ଜଣ ସେମିନାର ହଲରୁ ବାହାରି ଆସିଥିଲେ। ଏମାନଙ୍କ ମଧ୍ୟରେ ଜଣେ ଜୁନିୟର ଡାକ୍ତର ଓ ଆଉ ଜଣେ ସେମିନାର୍ ହଲ୍ ସାମ୍ନାରେ ଡାକ୍ତରଙ୍କ ପାଇଁ ଥିବା ସ୍ଲିପ୍ ରୁମ୍ ଯାଇଥିଲେ । ଆଉ ଜଣେ ଇଣ୍ଟର୍ନ୍ ଡାକ୍ତର ସେହି ତୃତୀୟ ମହଲାରେ ଇଣ୍ଟର୍ନ୍ ଙ୍କ ପାଇଁ ଥିବା ରେଷ୍ଟ ରୁମକୁ ଯାଇଥିଲେ। ଏବଂ ହାଉସ୍ ଷ୍ଟାଫ ଜଣକ ପ୍ରଥମ ମହଲାକୁ ପଳେଇ ଥିଲେ ।

ପରେ ଭୋର୍ ପ୍ରାୟ ୪ଟା ବେଳେ ସେମିନାର୍ ହଲକୁ ପଶିଥିଲା ଅଭିଯୁକ୍ତ ସଞ୍ଜୟ ରାୟ । ପ୍ରାୟ ୩୦-୪୦ ମିନିଟ୍ ରହିବା ପରେ ସେଠୁ ବାହାରକୁ ଆସିଥିଲା ଅଭିଯୁକ୍ତ । ସଞ୍ଜୟଙ୍କ ବ୍ଲୁ ଟୁଥ୍‌ ମିଳିବା ପରେ ତାଙ୍କ ଉପରେ ସନ୍ଦେହ କରି ଗିରଫ କରିଛି କୋଲକାତା ପୋଲିସ । ସେମିନାର ହଲରେ କ୍ରାଇମ୍ ସ୍ଥଳ ଆଖପାଖରେ ଦୁଇ ଜୁନିୟର ଡାକ୍ତର ଯେଉଁମାନେ ସେଦିନ ପୀଡ଼ିତା ଅଭୟାଙ୍କ ସହ ଥିଲେ ସେମାନଙ୍କ ଫିଙ୍ଗର ପ୍ରିଣ୍ଟ ସିବିଆଇ ହାତରେ ଲାଗିଛି। ଫୋରେନସିକ ରିପୋର୍ଟ, ପରିବାର ଲୋକଙ୍କ ଅଭିଯୋଗ ପରେ ଏମାନଙ୍କ ଉପରେ ବି ସନ୍ଦେହ ବଢ଼ିଛି । ସେଥିପାଇଁ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରିବ ସିବିଆଇ ।