ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର:  ଖରା ଯୋଗୁଁ ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ  ହୋଇଯାଇଛି  । ଏହି ବୈଠକରେ ବିଭାଗୀୟ ଅଧିକାରୀ ଙ୍କୁ ମନ୍ତ୍ରୀଙ୍କ ନିର୍ଦେଶ  ଦେଇଛନ୍ତି । ରାଜ୍ୟରେ ପାନୀୟ ଜଳ ସମସ୍ୟା ଚାଲେଞ୍ଜିଙ୍ଗ ଅଛି ,  ବର୍ଷ ପୂର୍ତ୍ତି ପୂର୍ବରୁ କିଛି ମେଗା ପ୍ରକଳ୍ପ ସାରିବା କୁ ପଡିବ । ନୂଆପଡାରେ ୧୦୦ ପ୍ରତିଶତ କାମ ସରିଛି ।  ଏବେ ସୁଦ୍ଧା ୨୨ ଟି ପ୍ରକଳ୍ପ ସାରିଲାଣି ।  ୨୪ ହଜାର ୭୦୦ ଟିୱେଲ ରୁ ୧୭୦୦ ଖୋଳା ସାରିଲାଣି ।  ଆମ ରାଜ୍ୟରେ ଖୋଲିବାକୁ ପର୍ୟ୍ୟାପ୍ତ ମେସିନ ନଥିବାରୁ ଆନ୍ଧ୍ରରୁ ଅଧିକ ମେସିନ ଆଣିବାକୁ ଯୋଗାଯୋଗ କରାଯାଉଛି ।   ୪ ତାରିଖ ସୁଦ୍ଧା ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥିତି ନେଇ ରିପୋର୍ଟ ଦେବାକୁ ସବୁ ଡିଭିଜନକୁ ନିର୍ଦ୍ଦେଶ  ଦେଇଛନ୍ତି ମନ୍ତ୍ରୀ । ଯେଉଁଥିରେ ଯାହା ଅସୁବିଧା ଅଛି ରିପୋର୍ଟ ଦେବାକୁ କୁହାଯାଇଛି ।  ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନୂଆ ମନିଟରିଂ ସିଷ୍ଟମ ରାଜ୍ୟ ସରକାର ହାତକୁ ନେଇଛନ୍ତି ।  କାହାର କେତେ ପାଣି ଆବଶ୍ୟକ କିଏ ଅଧିକ ନେଉଛି ସେ ନେଇ ରାଜ୍ୟ ସ୍ତରରେ ମନିଟରିଙ୍ଗ ହେବ । ଚାଷ ପାଇଁ ଅନ୍ୟ ବ୍ୟବହାରକୁ ପାଇଁ ଜଳ ଅପଚୟ କୁ ଦୂର କରିବାକୁ ନିଷ୍ପତ୍ତି । ମେଗା ପାନୀୟ ଜଳ ପ୍ରକଳ୍ପ ରେ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ସମ୍ପର୍କିତ ଅସୁବିଧା ଦେଖାଦେଉଥିଲା ।  ତାକୁ ଷ୍ଟ୍ରିମ ଲାଇନ କରାଯାଇଛି ।