ବ୍ୟୁରୋ: ବିଗତ ୫୦ ଦିନର ଯୁଦ୍ଧରେ ୟୁକ୍ରେନର ଅବସ୍ଥା ଅତି ହୃଦୟ ବିଦାରକ ରହିଛି । ଦିନକୁ ଦିନ ୟୁକ୍ରେନ ନାଗରିକଙ୍କ ଅବସ୍ଥା ସଚୋନୀୟ ହେବାରେ ଲାଗିଛି । ଏହା ପରେ ମଧ୍ୟ ଋଷର ବର୍ବରତା କମିବାର ନା ନେଉନି । ଋଷର ମିଶାଇଲ କ୍ରୁଜ ମୋସ୍କୋଭା କୁ ୟୁକ୍ରେନ ଧ୍ୱଂସ କରିବା ପରେ ଉଗ୍ର ହୋଇପଡିଛି ଋଷ । କିଭ ଉପରେ ଚାଲିଛି ଋଷର ବୋମା ମାଡ ।ଋୁଷ ଋକ୍ଷାମନ୍ତଣାଳୟ କହିଛି; ଆଗାମୀ ଦିନରେ କିଭ ଉପରେ ଆହୁରି ଜୋରଦାର ଆକ୍ରମଣ କରାଯିବ । ୨ସପ୍ତାହ ହେବ କିଭରୁ ଋଷ ସୌନ୍ୟ ହଟି ଯାଇଥିଲେ, ହେଲେ ଶୁକ୍ରବାର କିଭରେ ଥିବା ୟୁକ୍ରେନରେ ନେପଚ୍ୟୁନ ମିସାଇଲ ତିଆରି କରୁଥିବା ପ୍ଲାଣ୍ଟଉପରେ ଘନ ଘନ ଆକ୍ରମଣ କରିଛି ଋଷ । ପୂର୍ବ ୟୁକ୍ରେନରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନେଇ ଯାଉଥିବା ଏକ ବସ୍ ଉପରେ ମଧ୍ୟ ଆକ୍ରମଣ କରିଛି ।
ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି । ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଟର୍ଣ୍ଣବିଲ୍ ରେ ମଧ୍ୟ ଗୁଳି ମାଡ ହୋଇଛି ଓ ୟୁକ୍ରେନ ଯବାନଙ୍କ ଉପରେ ମୋଟାର ମାଡ କରିଛି । ଏହାରି ଭିତରେ ଆମେରିକାକୁ ଚିଠି ଲେଖିଛି ଋଷ, ୟୁକ୍ରେନକୁ ଅସ୍ତଶତ୍ତ ପଠାଇବାକୁ ମନାକରିଛି ଓ ଚେତାବନୀ ମଧ୍ୟ ଦେଇଛି । ଋଷର କହିବା କଥା ଆମେରିକା ଓ ନାଟୋ ପକ୍ଷରୁ ଯେଉଁ ଅସ୍ତ ଯୋଗାଇ ଦିଆଯାଉଛି ତାହା ନିଆଁରେ ଘିଅ ଢାଳିବା ସଦୃଶ୍ୟ । ଏହାର ପରିଣତି ଭୟଙ୍କର ହେବ । ଆମେରିକା ୟୁକ୍ରେନକୁ ୮ଶହ ମିଲିଅନ ଡଲାର ଆର୍ଥିକ ସହାୟତା କରିବା ସହିତ ଯୁଦ୍ଧାସ୍ତ ପଠାଇବାକୁ ଘୋଷଣା କରିଥିଲା । ୟୁକ୍ରେନ ପରେ ସ୍ୱଡେନ ଓ ଫିନଲ୍ୟାଣ୍ଡ ପ୍ରତି ମଧ୍ୟ ବିପଦ ରହିଛି । ନାଟୋରେ ସାମିଲ ହେବା ପାଇଁ ଏହି ଦୁଇ ଦେଶ ଚାହୁଁଥିବା ବେଳେ ଋଷ ପରମାଣୁ ବୋମା ପକାଇବାର ଧମକ ଦେଇଛି ।