ଦେଓମାଳିରେ କଟେଜ ନିର୍ମାଣକୁ ମନା,NGTରେ ରୁଜୁ ହେଲା ମାମଲା

କୋରାପୁଟ: ଜୈବ ବିବିଧତା ଐତିହ୍ୟସ୍ଥଳୀ ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଦେଖାଦେଇଛି ଅସୁବିଧା । ଦେଓମାଳି ଶିଖରରେ ପ୍ରାୟ ୨୬ ଏକରର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ ନିର୍ମାଣକୁ ବିରୋଧ କରାଯାଇଛି । ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ଏହି ମାମଲାକୁ  NGTରେ ରୁଜୁ କରାଯାଇଛି ।ଦେଓମାଳି ପାହାଡ଼ ଶିଖର ଏକ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଅଟେ । ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ସମେତ ୮୪ ପ୍ରକାର ଔଷଧିୟ ବୃକ୍ଷ ରହିଛି । ତେଣୁ ଏଠାରେ କଂଙ୍କ୍ରିଟ ନିର୍ମାଣ କଲେ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି ଏହି କାରଣରୁ ଅଭିଯୋଗ କରାଯାଉଛି ।

NGT ଏକ ନୋଟିସ ଜାରି କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡା ରେଞ୍ଜ ଅଧିକାରୀଙ୍କୁ ଏହାର ଶୁଣାଣି କରିଛନ୍ତି ।ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ରେ ଅଛି ।