ଭାରତରେ ୪ଜି ଲଂଚ କରିବ ରିଅଲମି ୧୦

ଭାରତ : ଚାଇନାର ଟେକ୍ନୋଲୋଜି କମ୍ପାନୀ ରିଅଲମି ଆସନ୍ତା ଜାନୁଆରୀ ୯ ତାରିଖରେ ରିଅଲମି ୧୦ର ଏକ ନୂଆ ଫୋନ ଲଂଚ କରିବାକୁ ଯାଉଛି । ଏହାକୁ ଏକ ଡିଜିଟାଲ ଇଭେଣ୍ଟ ମାଧ୍ୟମରେ ଦେଶରେ ଲଂଚ କରିବ । ସୋସିଆଲ ମିଡିଆ ଏହି ଇଭେଣ୍ଟର ସିଧା ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ୪ଜିର ଏହି ଫୋନଟି ଗେମିଂ ସୋସି ଭାବେ ରହିବ । ଏହି ହ୍ୟାଣ୍ଡସେଟକୁ ସୁପରଡାର୍ଟ ଚାର୍ଜିଂ ସିଷ୍ଟମ ରହିବ । ଏହାର ଓଜନ ୧୭୮ ଗ୍ରାମ ଥିବା ବେଳେ ସ୍ମାର୍ଟଫୋନରେ ଡୁଆଲ କ୍ୟାମେରା ସିଷ୍ଟମ ମଧ୍ୟ ରହିଛି । ତେବେ ଲଂଚ ହେବା ପରେ ଫୋନଟି ଦର୍ଶକଙ୍କୁ କେତେ ଆକୃଷ୍ଟ କରିବ ଏହା ଦେଖିବାକୁ ବାକି ରହିଲା ।