କନେଷ୍ଟବଳରୁ ରିଏଲ ହିରୋ

ବ୍ୟୁରୋ: ଗୋଟିଏ ଛବି ଅନେକ କଥା କହିପାରେ, ଯାହା ଶବ୍ଦରେ କେବେ କହି ହୁଏନି କି କଲମରେ ଲେଖ ିହୁଏନି । ସେଇ ଗୋଟିଏ ଛବି କୋଟି କୋଟି ମନକୁ ଛୁଇଁଯାଏ, ଏବଂ ମନକୁ ବିଚଳିତ କରେ । ଯାହା ଜୀବନ୍ତ ପ୍ରତିଛବ ଭଳି ମନେ ହୁଏି । ସେହିପରି ଏକ ଛବି ଦେଖିବାକୁ ମିଳିଛି । ଯେଉଁଥିରେ କୁନି ପିଲାଟିକୁ ଉଦ୍ଧାର କରି କନେଷ୍ଟବଳ ଜଣଙ୍କ ଦୈାଡିବାରେ ଲାଗିଛନ୍ତି । ରାଜସ୍ଥାନ ଦଙ୍ଗା ସମୟର ଏହି ଫଟୋ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜସ୍ଥାନର କରାଉଲିଠାରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତି ।ଅଭିଯୋଗକ୍ରମେ ପୋଲିସ ୪୬ ଜଣଙ୍କୁ ଜିରଫ କରିଥିବାବେଳେ ୭ ଜଣଙ୍କୁ ଅଯକ ରଖିଛି । କିନ୍ତୁ ଏହି ଘଟଣାରୁ ଏକ ପ୍ରଶଂସନୀୟ ତଥା ସାହସିକିତା ଖବର ମିଳିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ହିଂସାକାଣ୍ଡ ଓ ଜଳାପୋଡା ମଧ୍ୟରେ ପୋଲିସ କପଷ୍ଟେବଳ ନେତ୍ରେଶ ଶର୍ମା ନିଜ ଜୀବନକୁ ବାଜି ଲଗାଇ ନିଆଁ ଭିତରକୁ ପଶିଯାଇଥିଲେ । ପୋଡିଯାଇଥିବା ଘର ଭିତରୁ ଏକ ଶିଶୁକୁ ଉଦ୍ଧାର କରିବା ସହ ନିଶ୍ଚିତ ମୃତ୍ୟୁ ମୁଖର ତା’ର ଜୀବନ ଉଦ୍ଧାର କରିଛନ୍ତି । ପୋଡିଯାଇଥିବା ଏକ ଘରୁ ମହିଳାଙ୍କ ଚିକ୍ରାର ଶୁଣିବା ପରେ ପ୍ରବଳ ଢେଲାମାଡ ଓ ଜଳାପୋଡା ନ କରି ୩୧ ବର୍ଷିୟ ନେତ୍ରେଶ ଶର୍ମା ସାହସର ସହିତ ଘର ଭିତରକୁ ଡେଇଁପଡିଥିଲେ । ସେତେବେଳେକୁ ଘର କବାଟ ଜଳୁଥିଲା । ହେଲେ ଘର ଭିତରୁ ସେ ଦୁଇ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣଙ୍କ କୋଳରେ ଥିବା ଶିଶୁକୁ ଥରି ବାହାରକୁ ଦୈଡି ପଳାଇଆସିଥିଲା । କେବଳ ଏତିକିରେ ରହିଯାଇନଥିଲେ ଶର୍ମା । ଆହତ ଅବସ୍ଥାରେ ରାସ୍ତାକଡରେ ଗୁରୁତର ହୋଇଥିବା ୨ ଜରଙ୍କୁ ମଧ୍ୟ ତୁରନ୍ତ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ । ଏଭଳି ୩ ଜଣଙ୍କ ଜୀବନ ବଂଚିଯାଇଥିଲା । ଏପରି ପଦକ୍ଷେପକୁ ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି ଶର୍ମା ।

ସୂଚନା ମୁତାବକ, ହିନ୍ଦୁ ନବବର୍ଷ ପାଇଁ ରାଜସ୍ଥାନ କରାଉଲିଠାରେ ଆୟୋଜିତ ହୋଇଥିବା ମୋଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ସମୟରେ ଲୋକଙ୍କ ଉପରକୁ କିଛି ଦୁର୍ବୃତ୍ତ ହଠାତ ଢେଲାମାଡ କରିଥିଲା । ଏବେ ସେହି ସ୍ଥାନରେ କର୍ଫ୍ୟ ଜାରି କରାଯିବା ସହ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଶେଭାଯାତ୍ରାରେ ବାହାରିିଇବା ୨୩ଟି ମୋଟର ସାଇକେଲକୁ ଓ କାରକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ୍ ।ହେଲେ ଏହା ଭିତରେ ଦଙ୍ଗାର ବିକଳ ଚିତ୍ର । ଆଉ କନେଷ୍ଟବଳ ନେତ୍ରେଶ ଶର୍ମାଙ୍କ ଭଳି ସାହସିକ ପୋଲିସ କର୍ମୀଙ୍କ ଅଦମ୍ୟ ସାହସକୁ ଦେଖି ବାହା ବାହା କରୁଛନ୍ତି ସାରା ଦେଶବାସୀ । ଖୋଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କୁ ପ୍ରାଂସାରେ ପୋତି ପକାଇଛନ୍ତି । ନେତ୍ରେଶ ପାଲଟିଯାଇଛନ୍ତି ରିଅଲ ହିରୋ ।