ଲଗାତାର ତୃତୀୟ ଥର ପାଇଁ କମିଲା ରେପୋ ରେଟ

ରେପୋ ରେଟ୍ କମିଲା । ରିଜର୍ଭ ବ୍ୟାଙ୍କ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି । ଫଳରେ ରେପୋ ରେଟ୍ ୬ ପ୍ରତିଶତରୁ କମି ୫.୫ ପ୍ରତିଶତ ହୋଇଛି । ଲଗାତାର ତୃତୀୟ ଥର ପାଇଁ ରେପୋରେଟ କମିଛି । ଏହି ପଦକ୍ଷେପ ଦ୍ୱାରା ରିଜର୍ଭ ବ୍ୟାଙ୍କର ବିଭିନ୍ନ ଦୀର୍ଘମିଆଦୀ ଋଚ୍ଚର କିସ୍ତି କମ୍ ହୋଇପାରେ । ଫଳରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ।
ସେହିପରି ସିଆରଆର୍ ମଧ୍ୟ ୧ ପ୍ରତିଶତ କମିଛି । ଆଗରୁ ୪ ପ୍ରତିଶତ ଥିଲା ହେଲେ ଏବେ ୩ ପ୍ରତିଶତ ହୋଇଛି । ଫଳରେ ମାର୍କେଟକୁ ୨.୫ ଲକ୍ଷ କୋଟି ଟଙ୍କା ଆସିଛି । ଯଦ୍ଦ୍ୱାରା ବ୍ୟାଙ୍କ ଗୁଡ଼ିକ ଅଧିକ ଋଣ ଦେଇପାରିବେ । ମାର୍କେଟରେ କାରବାର ଅଧିକ ହେବ। ଏବଂ ଅର୍ଥନୀତିରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଆରବିଆଇର ଆକଳନ ଅନୁସାରେ ୨୦୨୫-୨୬ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ। ରିଟେଲ ମୁଦ୍ରାସ୍ଫୀତି ୪ ପ୍ରତିଶତରୁ ଖସି ୩ ପ୍ରତିଶତରେ ପହଞ୍ଚିଛି ।