ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି ଶେଷ ହେଉଥିଲା E-KYC ଅବଧି । ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଲୋକଙ୍କ E-KYC ଶେଷ ହୋଇଛି । ୨ ମାସ E-KYC ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ଏବେ ଯାଏ ୮ ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଲେଣି ସରକାର ।

ତେବେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ଥିଲା । ଏପର୍ଯ୍ୟନ୍ତ E-KYC କରିନାହାଁନ୍ତି ୧୩ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀ। ପୂର୍ବରୁ ଏକାଧିକବାର E-KYC ଅବଧି ବୃଦ୍ଧି ପାଇଛି। E-KYC କରିନଥିବା ତାଲିକାରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ହିତାଧିକାରୀ ଥିବାବେଳେ ଦେବଗଡ଼ ଜିଲ୍ଲାର ସର୍ବନିମ୍ନ ହିତାଧିକାରୀ ରହିଛନ୍ତି। ଅପରପକ୍ଷରେ ନୂଆବର୍ଷଠାରୁ ରାଜ୍ୟ ସରକାର ୧୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ନିକଟକୁ ୧୫.୩୩ ଲକ୍ଷ ଆବେଦନ ଆସିଥିଲା, ଏହାଭିତରେ ୬.୩୯ଲକ୍ଷ କାର୍ଡ ବଣ୍ଟାଯାଇଛି।