ସରିଛି ରଥଯାତ୍ରା, ବଢ଼ିପାରେ ସଂକ୍ରମଣ: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ସୁଧାର

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ହେବ ସୁଧାର । ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ କୋଭିଡ ସଂକ୍ରାମିତଙ୍କ ମାତ୍ରା ୭୦୦ ପାର କରିଛି । ଯାହାକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ବିଏମସି । ସେହିଭଳି ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନିକଟରେ ସରିଛି ମହାପ୍ରଭୁଙ୍କ ଘୋଷଯାତ୍ରା, ତେଣୁ ସଂକ୍ରମଣ ବୃଦ୍ଧି ହେବା ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ ତେଣୁ ତାକୁ ନଜର ରଖାଯାଇଛି । କମ୍ୟୁନିଟିରେ ମଧ୍ୟ ପଜିଟିଭିଟି କେସ ରହିଛି ତେଣୁ ବିଭିନ୍ନ ଜିଲ୍ଲାରେ କଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯଉଛି । ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀରଗତିରେ ସଂକ୍ରମଣ ବଢୁଛି । ନିୟମ ମାନିବା ସହ ଯେଉଁମାନେ ଟିକାନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଏବେ ରେଡ ଜୋନରେ ଅଛି । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୫ ହଜାର ୩୨୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୨ ହଜାର ୨୭୦ । ଏବେ ସକ୍ରିୟ ମାମଲା ରହିଛି ୩ ହଜାର ୮୭୮ ।