ହଆଇସିୟୁରେ ଭର୍ତ୍ତି ହେଲେ ରତନ ଟାଟା! ‘X’ ମାଧ୍ୟମରେ କହିଲେ ଏମିତି କଥା…

ଜଣାଶୁଣା ବିଜନେସ ମ୍ୟାନ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ନାଭାଲ ଟାଟା (୮୬) ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସୋମବାର ସକାଳେ ତାଙ୍କୁ ଡାକ୍ତରଖାନାର ଜରୁରୀକାଳୀନ କୋଠରୀକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରାତି ୧୨.୩୦ ରୁ ୧.୦୦ ମଧ୍ୟରେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ରକ୍ତଚାପ ବହୁତ ହ୍ରାସ ପାଇଥିଲା ଏବଂ ତାଙ୍କୁ ତୁରନ୍ତ ଆଇସିୟୁକୁ ନିଆଯାଇଥିଲା, ଯେଉଁଠାରେ ସେ ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡଃ ଶାରୁଖ ଆସପି ଗୋଲୱାଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ସେପଟେ ସେ ଟ୍ୱିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି । କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ