ମୁମ୍ବାଇ: ବନାରସର ଗଙ୍ଗା ଘାଟରେ ରୋମାନ୍ସ କରୁଥିବା ନଜର ଆସିଲେ ରଣବୀର-ଆଲିଆ | ପୁଣି ଥରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିଛି | ବନାରସ ରାସ୍ତାରେ ପରସ୍ପରକୁ ଖୁବ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଥିଲା | ଉଭୟଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି |ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ହଟ୍, ଡ୍ୟାସିଂ ଅଭିନେତା ରଣବୀର କପୁର ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଥିବାବେଳେ ଖୁବ୍ ଶୀଘ୍ର ଉଭୟଙ୍କୁ ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଦେଖିବାକୁ ମିଳିବ |

ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର-ଆଲିଆଙ୍କୁ ଏକାଠି ଦେଖି ଫ୍ୟାନ୍ସମାନେ ଖୁବ ଏକ୍ସାଇଟେଡ ଥିବା ବେଳେ ଉଭୟ ବର୍ତ୍ତମାନ ବନରସରେ ନିଜ ଫିଲ୍ମର ସୁଟିଂ କରୁଥିବାର ନଜର ଆସିଛନ୍ତି । ଏହି କ୍ୟୁଟ ଯୋଡିର ଫଟୋ ଏବଂ ଭିଡିଓ ସୁଟିଂ ବେଳର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥି ସହିତ #ବ୍ରହ୍ମାସ୍ତ୍ର ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଭାଇରଲ ଫଟୋ ଭିଡିଓଗୁଡ଼ିକରେ ରଣବୀର-ଆଲିଆ ଏକ ଗୀତ ଶୁଟିଂ କରୁଥିବା ନଜର ଆସିଛନ୍ତି | କିଛି ଫଟୋ-ଭିଡିଓରେ ସେ ରାସ୍ତାରେ ନାଚୁଥିବା ଏବଂ ଆଉ କିଛି ଡଙ୍ଗାରେ ବସିଥିବାର ନଜର ଆସିଛନ୍ତି |

- ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିବ ‘ବ୍ରହ୍ମାସ୍ତ୍ର’
୯ ସେପ୍ଟେମ୍ବର ୨୦୨୨ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତେବେ ବ୍ରହ୍ମାସ୍ତ୍ର ବ୍ୟତୀତ ରଣବୀର କପୁରଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଏନିମଲ୍’ ଏବଂ ‘ଶମଶେରା’ ଭଳି ଫିଲ୍ମରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଦେଖିବାକୁ ପାଇବେ । ସେହିଭଳି ଆଲିଆ ଭଟ୍ଟଙ୍କୁ ମଧ୍ୟ ‘ବ୍ରହ୍ମାସ୍ତ୍ର’ ବ୍ୟତୀତ ତାଙ୍କୁ ‘RRR’, ‘ରକି ଓର ରାନୀ କି ପ୍ରେମ କାହାନି’ ଏବଂ ‘ଜୀ ଲେ ଜରା’ ଭଳି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ |