ସୋନପୁର ଘୋଡା ଘାଟ ପଡ଼ା ଠାରେ ରାମଲୀଳା ଉତ୍ସବ ଉଦ୍‌ଯାପିତ

ସୁବର୍ଣପୁର (ଓମ ପ୍ରକାଶ ମିଶ୍ର) : ରାଜା ରାଜୁଡ଼ା ସମୟ ରୁ ଦୀର୍ଘ ଶହ ଶହ ବର୍ଷ ର କିମ୍ବଦନ୍ତୀ ରହି ଆସିଥିବା ସୋନପୁର ଘୋଡା଼ ଘାଟ ପଡ଼ା ର ବିରଳ ମୂଳ ଓ ଚଜା ପଥର ରାମ ଲୀଳା ମଣ୍ଡପ ଠାରେ ଗତ ୬ ତାରିଖ ଠାରୁ ରାମ ନବମୀ  ଆୟୋଜିତ ହୋଇ ଥିବା ଦଧିବାମନ ମନ୍ଦିର ମଣ୍ଡପ ଠାରେ ରାମ ଲୀଳା ଯାତ୍ରା । ଗତ କାଲି ବିଳମ୍ବିତ ରାତିରେ ରାବଣ ଇନ୍ଦ୍ରଜିତ କୂମ୍ବକର୍ଣ୍ଣ ବଦ୍ଧ ସହ ଉଦ‌ଯାପିତ ହୋଇଯାଇଛି ।

ପ୍ରତ୍ୟହ ରାତିରେ ରାମ ଲୀଳା ମଣ୍ଡପ କୁଞ୍ଜଘର କୂ ପ୍ରଭୁ ମଦନ ମୋହନ, ଶ୍ରୀ ରାମ, ଲକ୍ଷ୍ମଣ,ସୀତା, ହନୁମାନ ବିରାଜମାନ ହେଇଥିଲେ । ଏଠାରେ ପରିବେଷଣ କରାଯାଇଥିବା ପ୍ରତ୍ୟହ ନାଟକ ପରିବେଷଣରେ ସ୍ଥାନୀୟ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ । ଶ୍ରୀରାମ ଭୂମିକାରେ ଚରଣ ମେହେର, ଲକ୍ଷ୍ମଣ ବିକି ସାହୁ, ସୀତା ଭୂମିକାରେ ରାଜା ମହାଣା, ହନୁ ମାନ ରେ ଶଙ୍କର ସାହୁ, ରାବଣ ଭୂମିକାରେ ଭାଗିରଥ ମିଶ୍ର, ଇନ୍ଦ୍ରଜିତ କବି ସୁଦାମ ନାଏକ ନାଟକରେ ଅଭିନୟ କରିଥିଲେ।  ଶହ ଶହ ପୁରୁଷ ମହିଳା ଦର୍ଶକ ନାଟକକୁ ଉପଭୋଗ କରୁଥିଲେ । ରାମଲୀଳା କମିଟିର ଉପଦେଷ୍ଠ। ଶ୍ରୀବସ୍ତ୍ର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ । ଏହି ଯାତ୍ରାରେ ସଭାପତି ଭିକାରି  ଗୁରୁ, ସଂପାଦକ ସତ୍ୟଜିତ ସାହୁ, ସହ ସଂପାଦକ ରାଜା ପଟ୍ଟନାଏକ, କୋଷାଧକ୍ଷ ଗିରିଜା ସାହୁ, ବରିଷ୍ଠ ସଦସ୍ୟ କଣ୍ଠ ବେଉଁହା, ଛବିଳ ମାଳି , ଡମାର ମେହେର, ବାର୍ଲିବ ପଧାନ, ପୀଳା ଭୂଷଣ ସାହୁ, ଗଙ୍ଗା ସେଠି, ରାମ ମେହେର, ପ୍ରଭାତ ପଧାନ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଗାୟକ ଭାବେ ହୃଷି କେଶ ପ୍ରଧାନ ଦାୟିତ୍ଵ ତୁଲାଇ ଥିଲେ । ରାଜା ରାଜୁଡା଼ ସମୟରୁ ଦୀର୍ଘ ଶହ ଶହ ବର୍ଷ ଧରି ଏଇ ରାମ ଲୀଳା ଉତ୍ସବ । ଏଠାରେ ଖୁବ୍ ନିଷ୍ଠାର ସହିତ ପାଳନ କରି ଆସୁଥିବା ବେଳେ ଗୋଦ୍ ସୋନପୁର ରାଜା ବିରମିତ୍ର ସିଂହ ଦେଓ ଏହି ଉତ୍ସବରେ ଯୋଗ ଦେଇ ନାଟକ ଉପଭୋଗ କରୁଥିଲେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।