ବାପା ହେଲେ ରାମଚରଣ, କନ୍ୟା ସନ୍ତାନର ହେଲେ ଜନକ

ମୁମ୍ବାଇ : ବାପା ହେଲେ ସାଉଥ ସୁପରଷ୍ଟାର ରାମ ଚରଣ । ପତ୍ନୀ ଉପାସନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ବୁଲେଟିନ ଜାରି କରି ଏହି ସୂଚନା ଦିଆଯାଇଛି । ଉଭୟ ମା’ ଓ ପିଲା ସୁସ୍ଥ ଥିବା ମେଡିକାଲ ପକ୍ଷରୁ କହୁଯାଇଛି ।ଉଭୟଙ୍କର ଏହା ପ୍ରଥମ ସନ୍ତାନୟ ବିବାହର ୧୧ ବର୍ଷ ପରେ ରାମଚରଣ ଓ ଉପାସନାଙ୍କ ଘରକୁ ଆସିଛନ୍ତି ଲକ୍ଷ୍ମୀ । ଯାହାପରେ ରାମ ଚରଣଙ୍କ ଘରେ ଆରମ୍ଭ ହୋଇଯାଇଛି ଉତ୍ସବ । ତେବେ ରାମଚରଣ ଏବଂ ଉପାସନାଙ୍କ କନ୍ୟା ସନ୍ତାନ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅଭିନେତ୍ରୀ ରକୁଲପ୍ରୀତ ସିଂହ ଇନଷ୍ଟା ଷ୍ଟୋରିରେ ରାମଚରଣ ଏବଂ ଉପାସନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୨ ଜୁନ୍ ୧୪ରେ ସାଉଥ ସୁପରଷ୍ଟାର ରାମଚରଣ ଓ ଉପାସନା ବିବାହ କରିଥିଲେ । ରାମଚରଣ ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତା ତଥା ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ । ସେପଟେ ଉପାସନା ପ୍ରଖ୍ୟାତ ବ୍ୟବସାୟ ଅନିଲ୍ କାନିମେନିଙ୍କ ଝିଅ ଥିଲେ । ବିବାହର ୧୧ ବର୍ଷ ପରେ ଏବେ ରାମଚରଣ ଏବଂ ଉପାସନାଙ୍କର କନ୍ତା ସନ୍ତାନଟି ଜନ୍ମ ହୋଇଛି |