ଅଯୋଧ୍ୟା: ଶେଷ ହେଲା ରାମ ମନ୍ଦିର କାର୍ଯ୍ୟ । ରାମ ମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିର ନିର୍ମାଣ ଶେଷ ହୋଇଛି । ମୁଖ୍ୟ ମନ୍ଦିର ପରିସରରେ ୬ଟି ପାର୍ଶ୍ବଦେବାଦେବୀଙ୍କ ମନ୍ଦିର ନିର୍ମାଣ ଶେଷ ହୋଇଛି । ମନ୍ଦିରରେ ଧ୍ବଜା ଓ କଳସ ସ୍ଥାପନ ମଧ୍ୟ ସମାପ୍ତ ହୋଇଛି । ସପ୍ତର୍ଷିଙ୍କ ପାଇଁ ୭ଟି ମଣ୍ଡପ ଓ ତୁଳସୀ ଦାସ ମନ୍ଦିର ନିର୍ମାଣ କରାଯାଇଛି । ୧୦ ଏକର ଅଞ୍ଚଳରେ ପଞ୍ଚବଟୀ ଉଦ୍ୟାନ ନିର୍ମାଣ କରାଯାଇଛି । ୩.୫ କିମି ଦୀର୍ଘ ପାଚେରୀ, ଗେଷ୍ଟ ହାଉସ, ଅଡିଟୋରିୟମ କାର୍ଯ୍ୟ ନିର୍ମାଣାଧୀନ ରହିଛି । ଏନେଇ ଏକ୍ସରେ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ଆମେ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଭକ୍ତଙ୍କୁ ଏହା ଜଣାଇ ବହୁତ ଖୁସି ହେଉଛୁ ଯେ, ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି । କିଛି କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଯେପରିକି ୩.୫ କିଲୋମିଟର ପ୍ରାଚୀର, କର୍ତ୍ତୃପକ୍ଷ କାର୍ଯ୍ୟାଳୟ, ଅତିଥି ଗୃହ, ପ୍ରେକ୍ଷାଳୟ ଏବଂ ସଭାଗୃହ ଇତ୍ୟାଦି । ଯାହାର କୌଣସି ପ୍ରଭାବ ଭକ୍ତଙ୍କ ଉପରେ ପଡ଼ିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି କି, ମାନଚିତ୍ର ଅନୁସାରେ ରାସ୍ତା ଏବଂ ଫ୍ଲୋରିଂରେ ପଥର ଲଗାଇଥବା କାର୍ଯ୍ୟ ଏଲଆଣ୍ଡ ଟି ଦ୍ବାରା ତଥା ଭୂମି ସୌନ୍ଦର୍ଯ୍ୟ, ଲ୍ୟାଣ୍ଡିଂ ସ୍କୋପିଂ କାର୍ଯ୍ୟ ସହିତ ୧୦ ଏକର ପଞ୍ଚବଟୀ ନିର୍ମାଣ CMR ଦ୍ବାରା ଦ୍ରୁତଗତିରେ କରାଯାଉଛି । ସମସ୍ତ କାର୍ଯ୍ୟ ଏବେ ଚାଲିଛି । ଯେପରିକି ୩.୫ କିଲୋମିଟର ପ୍ରାଚୀର, କର୍ତ୍ତୃପକ୍ଷ କାର୍ଯ୍ୟାଳୟ, ଅତିଥି ଗୃହ, ପ୍ରେକ୍ଷାଳୟ ଏବଂ ସଭାଗୃହ ଇତ୍ୟାଦି ।