ରାକ୍ଷୀଙ୍କ ପାଇଁ ଇମୋସନାଲ୍ ଭିଡିଓ ସେୟାର କଲେ ରିତେଶ

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ନିଜର ପର୍ସନାଲ୍ ଲାଇଫକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ।

(ମୁମ୍ବାଇ) : ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ନିଜର ପର୍ସନାଲ୍ ଲାଇଫକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ସେ ତାଙ୍କ ସ୍ୱାମୀ ରିତେଶଙ୍କଠାରୁ ଅଲଗା ହେବା ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ପ୍ରଶଂସକଙ୍କୁ ଏହା ଜଣାଇଥିଲେ। କିନ୍ତୁ ବର୍ତ୍ତମାନ ରିତେଶ ଏକ ଇମୋସନାଲ୍ ଭିଡିଓ ସେୟାର କରିଛନ୍ତି।

ସୂଚନାନୁଯାୟୀ , ଭିଡିଓରେ, ରିତେଶ ବହୁତ ଦୁଃଖି ଏବଂ ତାଙ୍କ ଆଖିରେ ଲୁହ ଦେଖାଯାଉଛି। ଲାଗୁଛି ଯେପରି ସେ ରାକ୍ଷୀଙ୍କୁ ମିସ୍ କରୁଛନ୍ତି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଫିଲ୍ମ ‘ତୁମ୍ ମେରେ ପାସ୍ ରାହୋ’ର ଗୀତ ଶୁଣିବାକୁ ମିଳୁଛି। ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ରିତେଶ ଏକ ବ୍ରୋକନ୍ ହାର୍ଟ ଇମୋଜି ଦେଇଛନ୍ତି।