ଭୁବନେଶ୍ବର: ସାଂସଦ ସସ୍ମିତ ପାତ୍ରଙ୍କୁ ପୁଣିଥରେ ମିଳିଛି ଗୁରୁଦାୟିତ୍ୱ | ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଡ଼ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି।ପ୍ରଥମ ଓଡ଼ିଆ ସାଂସଦ ଭାବେ ଡ଼ ପାତ୍ର ୨୦ ବର୍ଷ ମଧ୍ୟରେ ଏହି ସମ୍ମାନଜନକ ପ୍ୟାନେଲରେ ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ ନିଜର ଉଚ୍ଚ କୋଟିର ଉପସ୍ଥାପନା ପାଇଁ ଏକାଧିକବାର ପ୍ରଶଂସିତ ମଧ୍ୟ ହୋଇଛନ୍ତି | ନିଜର ଦ୍ୱିତ୍ୱକୁ ସଠିକ ଭାବେ ତୁଲାଇ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି | ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ସାଂସଦ ଭାବେ ପ୍ରଥମ ପାଳି କାର୍ଯ୍ୟକାଳ ଶେଷ ହେବା ଅବସରରେ ଆୟୋଜିତ ବିଦାୟୀ ସମାରୋହରେ ଡ଼ ପାତ୍ରଙ୍କର ପ୍ରଶଂସା ମଧ୍ୟ କରି ଓଡ଼ିଶାର ଦାୟିତ୍ୱ ସମ୍ପାଦନ କରିଛନ୍ତି ବୋଲି କହିଥିଲେ | କେବଳ ସେତିକି ନୁହେଁ ଓପରଶଂସାରେ ସେ ଆହୁରି ମଧ୍ୟ କହିଥିଲେ ତାଙ୍କ ଭଳି ଅଭିଜ୍ଞାନ ଓ ଦକ୍ଷ ମଣିଷ ରାଜ୍ୟସଭା କାର୍ଯ୍ୟ ପରିଚାଳନା କରୁଛନ୍ତି |