ରଜନୀକାନ୍ତ ପାଇବେ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଥଲାଇଭା ରଜନୀକାନ୍ତଙ୍କୁ ମିଳିବ ସମ୍ମାନଜନକ ପୁରସ୍କାର।

(ମୁମ୍ବାଇ) : ଥଲାଇଭା ରଜନୀକାନ୍ତଙ୍କୁ ମିଳିବ ସମ୍ମାନଜନକ ପୁରସ୍କାର। ଆସନ୍ତାକାଲି ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ରଜନୀକାନ୍ତ। ଏନେଇ ସେ ଆଜି ନିଜେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ସେ ତାଙ୍କ ବାସଭବନରେ ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ଏହି ପୁରସ୍କାର ପାଇବେ ବୋଲି କେବେବି ଭାବିନଥିଲେ ବୋଲି କହିଛନ୍ତି ରଜନୀକାନ୍ତ। ଏଥିସହ ଏଭଳି ସମୟରେ ତାଙ୍କ ଗୁରୁ କେ.ବାଲାଚନ୍ଦ୍ର ତାଙ୍କ ପାଖରେ ନଥିବାରୁ ସେ ଦୁଃଖ କରିଥିଲେ। “ମୁଁ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବାରୁ ବହୁତ ଖୁସି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅଲୋଚନା ବେଳେ ସେ କହିଛନ୍ତି।’ ସେ କହିଛନ୍ତି ଅକ୍ଟୋବର ୨୫ ମୋ ପାଇଁ ଦୁଇଟି କାରଣରୁ ବିଶେଷ ଖାସ୍‌ ଦିନ। ଗୋଟିଏ ମୋତେ ଦାଦା ସାହେବ ଫାଲକେ ପୁରସ୍କାର ଏବଂ ଆଉ ଗୋଟିଏ ମୋ ସାନ ଝିଅ ସୌନ୍ଦର୍ଯ୍ୟାଙ୍କ ନୂଆ ଆପ୍‌ ‘ହୁତି’ ଲଞ୍ଚ କରିବ।