ନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଆତ୍ମବଳି ଦେଲେ ଦମ୍ପତି

ରାଜକୋଟ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଯାଇଛି ଅନେକ ଜୀବନ । ଆଜିକା ଦିନରେ ବି ଏଭଳି ସଭ୍ୟ ସମାଜରେ କିଛି ଏମିତି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ଅନ୍ଧ ବିଶ୍ୱାସକୁ ବିଶ୍ୱାର ଆକ୍ଷା ଦେଇ ମାନିଆସୁଛନ୍ତି । କିନ୍ତୁ ପରେ ଅନ୍ଧବିଶ୍ୱସର କୁପରିଣାମରୁ ବର୍ତ୍ତି ପାରି ନାହାନ୍ତି । କେବେ ଅନ୍ଧ ବିଶ୍ୱସାର ବସବର୍ତ୍ତି ହୋଇ ଅନ୍ୟକୁ କ୍ଷତି ଦିଅନ୍ତି ତ କେବେ ନୀରିହ ପ୍ରାଣୀର ଜୀବନ ନେଇଥାନ୍ତି । କିନ୍ତୁ ଏବେ ଯାହା ଘଟିଯାଇଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଘଟଣାକୁ ଜୀବନ ଶେଷ କରିବାର ସବୁଠୁ ଭୟଙ୍କର ଉପାୟ ବୋଲି କୁହାଯଇ ପାରେ ।

ହଁ ଦର୍ଶକ ବନ୍ଧୁ ଅନ୍ଧ ବିଶ୍ୱାସକୁ ବିଶ୍ୱାସ ଭାବି ଆତ୍ମବଳୀ ଦେଇଦେଇଛନ୍ତି ଦମ୍ପତ୍ତି । ଘଟଣାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦୁଇ ଦମ୍ପତି ନିଜନିଜକୁ ଦେଇଦେଇଛନ୍ତି ବଳି । ଏଭଳି ଘଟଣା ଘଟିଛି ଗୁଜୁରାଟର ରାଜକୋଟରେ । ତେବେ ଏହି ଦମ୍ପତି ହେଉଛନ୍ତି ମହାଦେବଙ୍କ ଭକ୍ତ । ଦୁହେଁ ଗୁପ୍ତ ପୂଜା କରିବା ସହ ଜଳୁଥିବା ଅଗ୍ନିକୁଣ୍ଡରେ ଧାରୁଆ ଗିଲୋଟିନ୍ ଜରିଆରେ ନିଜ ନିଜ ମୁଣ୍ଡ କାଟି ନିଆଁରେ ବଳି ଦେଇଛନ୍ତି । ତେବେ ସ୍ୱାମୀ ହେମୁ ଭାଇ ଓ ପତ୍ନୀ ହଁସାବେନ ପୂର୍ବରୁ ବହୁ ସମୟରେ ଭଞ୍ଚିଆ ଗାଁରେ ଝୁମ୍ପୁଡି ଘରେ ଲୁଚି କରି ଏହି ପୂଜା କରୁଥିବା ଜଣାପଡିଛି । ଏହି ପ୍ରକ୍ରିୟାରେ ଏହି ଦମ୍ପତି ଅଗ୍ନିକୁଣ୍ଡ ପାଖରେ ପୂଜା କରୁଥିବାବେଳେ ଏକ ସୂତାରେ ଟାଣି ଗିଲୋଟିନ ପ୍ରସ୍ତୁତ କରି ରଖିଥିଲେ । ପରେ ପୂଜା କରୁଥିବା ସମୟରେ ଉଭୟଙ୍କ ବେକ କଟିଥିଲା । ତା ସହିତ ନିକଟରେ ଏକ ସୁଇସାଇଡ ନୋଟ ଛାଡିଯାଇଛନ୍ତି । ଏହି କାଣ୍ଡ ଘଟାଇବା ପୂର୍ବରୁ ଦମ୍ପତି ନିଜ ପିଲାମାନଙ୍କୁ ବାହାର ସମ୍ପର୍କୀୟଙ୍କ ଘରକୁ ଛାଡି ଦେଇଛନ୍ତି ।

ନିଜକୁ ନିଜ ବଳି ଦେବା ଘଟଣା ପୋଲିସ ପାଖରେ ପହଞ୍ଚିବା ପରେ ଘଟଣା ସ୍ଥଳରେ ପହଞ୍ଚିଯାଇଥିଲା ପୋଲିସ । ଏବଂ ଛାନଭିନ ଆରମ୍ଭ କରିଥିଲା । ସେଉଠୁ ହିଁ ପୋଲିସ ପାଇଥିଲା ହାତ ଲେଖା ସୁଇସାଇଡ ନୋଟ । ଯେଉଁଥିରେ ମହାଦେବଙ୍କ ଉଦ୍ଦେଶ୍ୟରେ ଲେଖାଥିଲା । ଏବଂ ତାଙ୍କ ମୃତ୍ୟୁ ପରେ ଯେପରି ତାଙ୍କ ପରିବାରକୁ କେହି ହଇରାଣ ନ କରନ୍ତି ଅନୁରୋଧ କରିଛନ୍ତି । ତେବେ ପୋଲିସ ଏହି ହାତ ଲେଖା ଚିଠି ଜବତ ପରେ ଅଧିକ ତଦନ୍ତ ଆରମ୍ଭ କରିଛି ।