ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ ।ଭୋଟ ଗ୍ରହଣ ତାରିଖ ବଦଳିବା ନେଇ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି । ନଭେମ୍ବର ୨୩ରେ ମତଦାନ ହେବାକୁ ଥିବା ବେଳେ ତାହାକୁ ପରିବର୍ତ୍ତନ କରି ନଭେମ୍ବର ୨୫ରେ ମତଦାନ କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ତାରିଖ ପରିବର୍ତ୍ତନ କରିବାକୁ ବିଭିନ୍ନ ସଂଗଠନମାନେ ଦାବି କରିଥିଲେ। କାରଣ ନଭେମ୍ବର ୨୩ରେ ଦେବ ଉଠାନି ଏକାଦଶୀ ଥିବାରୁ ସେଦିନ ବହୁ ସଂଖ୍ୟକ ବିବାହ ହେବାର ଆଶଙ୍କା ରହିଛି। ଏହାକୁ ଧ୍ୟାନରେ ରଖି ତାରିଖ ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମ ସହିତ ରାଜସ୍ଥାନର ନିର୍ବାଚନ ତାରିଖ ସୋମବାର ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ନଭେମ୍ବର ୭ରୁ ନଭେମ୍ବର ୩୦ମଧ୍ୟରେ ପାଞ୍ଚଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଓ ଭୋଟ୍ ଗଣନା ଡିସେମ୍ବର ୩ରେ ହେବ ବୋଲି ସ୍ଥିର କରାଯାଇଥିଲା।