ବ୍ୟୁରୋ: ମୁହଁ ଦେଖାଇଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ବହୁ ଦିନ ହେବ ଚେହେରା ଲୁଚାଉ ଥିବା ରାଜ କୁନ୍ଦ୍ରା ଏବେ ଏକ ସାମ୍ବାଦିକ କାର୍ଯ୍ୟକ୍ରମରେ ନଜରକୁ ଆସିଛନ୍ତି । ତେବେ ସେ ଆଡଲ୍ଟ ଫିଲ୍ମ ତିଆରି କରିବା ମାମଲାରେ ସେ ବହୁତ ଟ୍ରୋଲ ହୋଇଥିଲେ । ସେବେଠାରୁ ସେ ମିଡିଆ ସାମ୍ନାକୁ ଆସିବା ବନ୍ଦ କରିବା ସହିତ ସର୍ବ ସାଧାରଣ ଙ୍କ ଆଗରେ ନିଜର ମୁହଁ ରେ ମାସ୍କ ପିନ୍ଧି ଆସୁଥିବାର ନଜର ଅସୁଥିଲେ । ଗତ କିଛି ସପ୍ତାହ ଧରି ଅନେକ ଆକର୍ଷଣୀୟ ଟିଜର ଏବଂ ଭିଡିଓ ସହିତ ଦର୍ଶକଙ୍କୁ ନିଜ ଆସନର ବାନ୍ଧି ରଖିବା ପରେ ରାଜ କୁନ୍ଦ୍ରା ଶେଷରେ ତାଙ୍କର ଆଗାମୀ ଚଳଚ୍ଚିତ୍ର – UT69 ପଛରେ ଥିବା ସତ୍ୟତା ପ୍ରକାଶ କରିଥିଲେ ।
ମୁମ୍ବାଇରେ ଆୟୋଜିତ ହୋଇଥିବା ଟ୍ରେଲର ଲଞ୍ଚ ଇଭେଣ୍ଟ କେବଳ ରାଜ କୁନ୍ଦ୍ରାଙ୍କୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିନଥିଲା ବରଂ UT69 ର ଆକର୍ଷଣୀୟ କାହାଣୀକୁ ମଧ୍ୟ ଆଲୋକିତ କରିଥିଲା । UT69 ରାଜ କୁନ୍ଦ୍ରା ଙ୍କ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟକୁ ଆଲୋକିତ କରିବ ଯେତେବେଳେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମୁମ୍ବାଇର ଆର୍ଥର ରୋଡ ଜେଲରେ ୬୩ ଦିନ ବିତାଇଲେ । ଏହି ଫିଲ୍ମଟି ତାଙ୍କ ଜୀବନ ଉପରେ ଆଧାରିତ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ଫିଲ୍ମଟିର ଟ୍ରେଲର ରିଲିଜ କରାଯାଇଛି । ଏହି ଫିଲ୍ମିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ନିଜେ ରାଜ କୁନ୍ଦ୍ରା । ତେବେ ଏହି ଚଳଚିତ୍ରଟି ଆସନ୍ତା ନଭେମ୍ବର ୩ ତାରିଖରେ ରିଲିଜ କରାଯିବ ବୋଲି କୁହାଯାଇଛି ।