ନୂଆଦିଲ୍ଲୀ: ବର୍ଷାରେ ଧୋଇଗଲା ଅନ୍ତିମ ମ୍ୟାଚ । ଟି-୨୦ ସିରିଜ୍ ଜିତିଲା ଭାରତ । ବର୍ଷା କାରଣରୁ ଅଧାରୁ ବାତିଲ ହେଲା ସିରିଜର ଅନ୍ତିମ ମ୍ୟାଚ୍ । ଖେଳ ବନ୍ଦ ବେଳକୁ ଭାରତ ୫୨/୦; ଗିଲ୍-୨୯, ଅଭିଷେକ-୨୩ । ୨-୧ରେ ସିରିଜ୍ କବ୍ଜା କଲା ଡିଫେଣ୍ଡିଂ ଟି-୨୦ ଚାମ୍ପିଅନ୍ । ODI ସିରିଜ୍ ପରାଜୟର ବଦ୍ଲା ଟି-୨୦ରେ ନେଲା ଭାରତ ।

ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଚାରି ୱିକେଟରେ ଜିତିଥିଲା। ଯେତେବେଳେ, ଭାରତ ତୃତୀୟ ଏବଂ ଚତୁର୍ଥ ଟି-୨୦ ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆ ତୃତୀୟ ଟି-୨୦ ମ୍ୟାଚ୍ ପାଞ୍ଚ ୱିକେଟରେ ଏବଂ ଚତୁର୍ଥ ଟି-୨୦ ମ୍ୟାଚ୍ ୪୮ ରନରେ ଜିତିଥିଲା। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆର ଲଗାତାର ଚତୁର୍ଥ ଦ୍ୱିପାକ୍ଷିକ ଟି-୨୦ ସିରିଜ ବିଜୟ। ପୂର୍ବରୁ ଭାରତ ୨୦୨୦/୨୧ରେ ଅଷ୍ଟ୍ରେଲିଆକୁ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ୨-୧, ୨୦୨୨ରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ୨-୧, ୨୦୨୪/୨୫ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ୪-୧ ଏବଂ ଏବେ ୨୦୨୫ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ୨-୧ରେ ପରାସ୍ତ କରିଛି।

ଦୁଇ ଟିମ୍ ମଧ୍ୟରେ କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ବର୍ଷା ଯୋଗୁ ରଦ୍ଦ ହୋଇଥିଲା । ମେଲବର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୪ ୱିକେଟରେ ଜିତି ନେଇଥିଲା । ଏହାପରେ ଭାରତୀୟ ଟିମ୍ ଜୋରଦାର କମବ୍ୟାକ୍ କରି ହୋବାର୍ଡକୁ ୫ ୱିକେଟରେ ଓ ଗୋଲ୍ଡ କୋଷ୍ଟକୁ ୪୮ ରିନରେ ଜିତି ନେଇଥିଲା । ଅଷ୍ଟ୍ରେଲିଆ ଶନିବାର ବ୍ରିସବେନର ଗାବା ଷ୍ଟାଡିୟମରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଖେଳ ବନ୍ଦ ହେବା ସମୟରେ ଭାରତର ସ୍କୋର ୫୨/୦ ଥିଲା । ଓପନର ଅଭିଷେକ ଶର୍ମା ୧୩ ବଲରେ ୨୩ ରନ୍ କରିଥିଲେ, ଶୁଭମନ ଗିଲ୍ ୧୬ ବଲରେ ଅପରାଜିତ ୨୯ ରନ୍ କରିଥିଲେ । ପାଗ ଯୋଗୁଁ ମ୍ୟାଚ୍ ପ୍ରଭାବିତ ହୋଇଥିଲେ ମଧ୍ୟ, ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ ଜିତିଛି । ଏହି ସିରିଜ ବିଜୟ ସହ ଭାରତ ଦିନିକିଆ ପରଜାୟର ପ୍ରତିଶୋଧ ନେଇଛି । ଆୟୋଜକ ଅଷ୍ଟ୍ରେଲିଆ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଥିଲା ।