ବାହାନଗାରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ନେଇ ପ୍ରେସମିଟ କରିଛନ୍ତି ରେଲୱେ ବୋର୍ଡ । ବୋର୍ଡ ସଦସ୍ୟା ଜୟା ବର୍ମାସିହ୍ନା ଦୁର୍ଘଟଣାର କାରଣ ଦର୍ଶାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛି ରେଲୱେ ବୋର୍ଡ ।
ସୂଚନା ଅନୁସାରେ, କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ସହ ଧକ୍କା ହୋଇଥିଲା । ଲୁପ୍ ଲାଇନରେ ୨ଟି ମାଲବାହୀ ଗାଡି ଛିଡା ହୋଇଥିଲା । କରମଣ୍ଡଳ ବଗି ଅନ୍ୟ ଟ୍ରାକରେ ଯାଇ ପଡିଥିଲା । ୧୨୮ କିଲୋମିଟର ବେଗରେ ଯାଉଥିଲା କରମଣ୍ଡଳ । ଦୁଇଟିଯାକ ଟ୍ରେନ ପାଇଁ ଗ୍ରୀନ ସିଗନାଲ ଥିଲା । ଅନ୍ୟପଟେ ୧୨୬ କିଲୋମିଟର ବେଗରେ ଯାଉଥିବା ଯଶୱନ୍ତପର ଏକ୍ସପ୍ରେସ୍ କରମଣ୍ଡଳର ବିକ୍ଷିପ୍ତ ବଗି ସହ ବାଡେଇ ହୋଇ ଲାଇନଚ୍ୟୁତ ହୋଇଥିଲା । ଫଳରେ ଯଶୱନ୍ତପୁର ଏକ୍ସପ୍ରେସର ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଇଥିଲା । ୨୦ ମିନିଟ ଭିତରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।