ବାଣୀବିହାର ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ଚାଲିଛି ରେଡ୍। ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ହଷ୍ଟେଲର ତାଲା ଭାଙ୍ଗି ଚାଲିଛି ତଦନ୍ତ। ସମସ୍ତ ପ୍ରମାଣ ପତ୍ର ସହିତ ଖୋଳତାଡ ଆରମ୍ଭ କରଯାଇଛି ।ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ସମସ୍ତ ଅଣଛାତ୍ରଙ୍କୁ ଚିହ୍ନଟ କରି ବାହାର କରାଯିବ । ପୁଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ରେଡରେ ସାମିଲ ଅଛନ୍ତି । ଏହି ଚଢାଉ ରେ ୫ ଜଣ ACP, ୪ ଜଣ IIC ଓ ୧୩ SI ଅଧିକାରୀ ନିୟୋଜିତ ଅଛନ୍ତି । ଏଥିପାଇଁ ଆଜି ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ କରିଛନ୍ତି ପିଜି କାଉନ୍ସିଲ୍ ।