ମୋଦିଙ୍କୁ ପ୍ରଶଂସା କଲେ ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳର ୱାୟାନାଡ ଗସ୍ତରେ ଅଛନ୍ତି । ସେଠାରେ ସେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ । ତେବେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ନିଜ ଏକ୍ସ ଆକାଉଂଟରେ ଲେଖିଛନ୍ତି, “ମୋଦୀ ଜୀ, ଭୟଙ୍କର ଘଟଣାର ଆକଳନ କରିବାକୁ ୱାୟାନାଡ ଯାଇଥିବାରୁ ଧନ୍ୟବାଦ। ଏହା ଏକ ଭଲ ନିଷ୍ପତ୍ତି। ମୁଁ ନିଶ୍ଚିତ ପ୍ରଧାନମନ୍ତ୍ରୀ ବିନାଶର ଭୟାବହତା ଦେଖିଲେ, ଏହାକୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁସ୍ଖଳନ ଅଞ୍ଚଳ ଗସ୍ତ କରିବା ପୂର୍ବରୁ ଗୃହ ମନ୍ତ୍ରାଳୟର ସଂଯୁକ୍ତ ସଚିବ ରାଜୀବ କୁମାରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି।

୩୦ ଜୁଲାଇ ୨୦୨୪ରେ ପ୍ରବଳ ବର୍ଷା ହେତୁ କେରଳର ୱାୟନାଡ ଜିଲାରେ ଭୂସ୍ଖଳନ ଘଟିଥିଲା। ଏଠାରେ ୪୨୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୧୫୦ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଥିସହ ଅତିକମରେ ୭୨୩ ଜଣ ଆହତ ହୋଇଛନ୍ତି। ସେନା କର୍ମଚାରୀ, ଏସଓଜି ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ ସୁଜିପାରାସ୍ଥିତ ସୂର୍ଯ୍ୟୋଦୟ ଉପତ୍ୟକାର ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରୁଛନ୍ତି।