ରାସ୍ତା କଡରେ ଛିଡା ହୋଇ ଦୋସା ତିଆରି କଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ପୁଣି ଚର୍ଚ୍ଚାରେ । ତାଙ୍କୁ କେତେବେଳେ ଟ୍ରକରେ ଯାତ୍ରା କରୁଥିବାର ତ କେତେବେଳେ ଚାଷଜମିରେ ଚାଷୀଙ୍କ ସହ ଚାଷ କାମକରିବାର । ପୁଣି କେତେବେଳେ ସ୍କୁଟିରେ ବସି ପିଲାଙ୍କ ସହ ଯିବାର ଭିଡିଓ ସବୁବେଳେ ଭାଇରାଲ ହୋଇଛି । ଏବେ ରହୁଲଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଦୋଶା ତିଆରି କରିବାର । ଏତିକି ନୁହେଁ , ସେ ରାସ୍ତା ପାଶ୍ୱର୍ରେ ବସି ଦୋସା ଖାଇବା ସହ ଏକ ପିଲା ସହିତ ମଜା ମସ୍ତି କରୁଥିବା ଦେଖାଯାଉଛି ।

ରାହୁଲ ଗାନ୍ଧି ‘ବିଜୟଭେରୀ ଯାତ୍ରା’ ଅଧୀନରେ କରିମନଗରରୁ ଜଗତିୟାଲ ଅଭିମୁଖେ ଯାତ୍ରା କରୁଥିଲେ। ରାସ୍ତାରେ ସେ ନୁକାପଲ୍ଲୀ ବସଷ୍ଟାଣ୍ଡରେ ଅଟକିଥିଲେ ଏବଂ କିଛି ଖାଇବା ପାଇଁ ଏକ ଭୋଜନାଳୟ ଯାଇଥିଲେ। ସେଠାରେ ସେ ଦୋସା ତିଆରି କରୁଥିବା ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ଦୋସା କିପରି ତିଆରି ହୁଏ, ତାହା ସେ ପଚାରିଥିଲେ।

ଏହାପରେ ବ୍ୟକ୍ତି ଜଣକ ଦୋସା ତିଆରି କରି ତାଙ୍କୁ ଦେଖାଇଥିଲେ। ପରେ ରାହୁଲ ମଧ୍ୟ ଦୋସା ତିଆରି କରିଥିଲେ, କିନ୍ତୁ ରାହୁଲ ଦୋସା ତିଆରି କରୁଥିବାର ଦେଖି ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ତାଙ୍କର ଭିଡିଓ କରିଥିଲେ। କିଛି ଲୋକ ଲାଇଭ୍‌ରେ ମଧ୍ୟ ଆସିଥିଲେ।

ଏହି ସମୟରେ ରାହୁଲ ଦୋସା ବିକ୍ରେତାଙ୍କୁ ତାଙ୍କ ଆୟ ଏବଂ ସେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଜଣେ ସାଧାରଣ ଗ୍ରାହକଙ୍କ ପରି ରାହୁଲ ରାସ୍ତା କଡ଼ରେ ବସି ଦୋସା ଖାଇବାର ମଜା ନେଇଥିଲେ। ଯଦିଓ ଦୋକାନୀ ତାଙ୍କୁ ଚେୟାର ଅଫର୍‌ କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ରାହୁଲ ଗାନ୍ଧି ଗ୍ରାହକମାନଙ୍କ ସହିତ ଥଟ୍ଟା ମଧ୍ୟ କରିଥିଲେ। ଯାତ୍ରୀମାନଙ୍କ ସହ କଥା ହୋଇ ସେ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ।