ସମାଜ କଲ୍ୟାଣ ପାଇଁ ରବି ଅଶୋକ ସୋସିଆଲ ୱେଲ ଫେୟାର ଟ୍ରଷ୍ଟ…

ଦିବଙ୍ଗତ ଦାଦା ପୁତୁରା ଙ୍କ ସଂପର୍କ କୁ ସମାଜରେ ଉଜ୍ଜିବିତ ରଖିବା ତାଙ୍କ ସ୍ମୃତିରେ ଜନମାନସ କଲ୍ୟାଣ ଓ ସହଯୋଗ ର ହାତ ବଢ଼ାଇବା  ର ଉଦ୍ଦେଶ୍ୟ ରଖି ଆରମ୍ଭ କରାଗଲା “ରବି ଅଶୋକ ସୋସିଆଲ ଓ୍ୟେଲ୍ ଫେୟାର ଟ୍ରଷ୍ଟ” । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଲ୍ଲିପୁର ସ୍ଥିତ,ଅସୁରେଶ୍ବର ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସ୍ମୃତି ସଭାରେ ଶ୍ରୀମତୀ କଲ୍ୟାଣୀ ନାୟକ ଙ୍କ ସଭାପତିତ୍ବରେ, ସମ୍ମାନିତ ଅତିଥି ଦିଗମ୍ବର ଭୂୟାଁ, କାର୍ତ୍ତିକ ଚନ୍ଦ୍ର ଦାସ, ସରୋଜ କୁମାର ମଲ୍ଲ ଯୋଗ ଦେଇ “ରବି ଅଶୋକ ସୋସିଆଲ ଓ୍ୟେଲ୍ ଫେୟାର ଟ୍ରଷ୍ଟ” ର ଅହ ଆରମ୍ଭ କରିଥିଲେ। ଏହି ସଭାରେ ଅଂଚଳର ଗତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର,ଟ୍ରଫି ଏବଂ ଆର୍ଥିକ ପ୍ରୋତ୍ସାହନ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା।ଆଗାମୀ ଦିନରେ ଏହି ଟ୍ରଷ୍ଟ ମାଧ୍ୟମରେ ସମାଜ ର ଏହି ଭଳି ଅଗ୍ରଣୀ ଛାତ୍ରଛାତ୍ରୀ, ଅନଗ୍ରସର ବ୍ୟକ୍ତି, ଏବଂ ଜନ ମଙ୍ଗଳକାରୀ କାର୍ଯ୍ୟ ଜାରି ରହିବ ବୋଲି ଟ୍ରଷ୍ଟ ର ସଭାପତି କହିଛନ୍ତି।