ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ ହେଲା ପ୍ରଶ୍ନପତ୍ର କାଲି ଫିଜିକ୍ସ, ଆଜି ଏଜୁକେସନ୍

ସମ୍ବଲପୁର :ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପଦାର୍ଥ ବିଜ୍ଞାନର ପରୀକ୍ଷା ଥିଲା । କିନ୍ତୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ସେହିପରି ଆଜି ଯୁକ୍ତତିନି ତୃତୀୟ ବର୍ଷର ଏଜୁକେଶନ ପ୍ରଶ୍ନପତ୍ର ଲିକ ଯୋଗୁଁ ପରୀକ୍ଷା ବାତିଲ କରାଯାଇଛି।ପ୍ରଶ୍ନପତ୍ର ଲିକ ହୋଇଥିବା କର୍ତ୍ତୁପକ୍ଷ କରିଛନ୍ତି ସ୍ୱୀକାର କରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି ।ସେହିପରି ବାତିଲ ହୋଇଥିବା ପରୀକ୍ଷା କେବେ ହେବ ସେନେଇ କୈାଣସି ସୂଚନା ମିଳିନାହିଁ । ତେବେ ପ୍ରଶ୍ନପତ୍ରକୁ କଲେଜ କର୍ତ୍ତୁପକ୍ଷ କି କଲେଜ ଛାତ୍ରଛାତ୍ରୀ ଭାଇରାଲ କରୁଛନ୍ତି ତାହା ତଦନ୍ତ ପରେହିଁ ଜଣାପଡିବ ।