ଭୁବନେଶ୍ୱର : ଗୋଟିଏ ବର୍ଷରୁ ଉର୍ଧ୍ଵ ସମୟ ଲାଗିରହିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ଆଗରେ ଋଷ ରହିଥିଲା । ୟୁକ୍ରେନ ଉପରେ ଆକ୍ରମଣ କରି ଏକ ପ୍ରକାର ଯୁଦ୍ଧ ଜିତିବା ପରିସ୍ଥିତିକୁ ଆସି ସାରିଥିଲା । କିନ୍ତୁ ମାତ୍ର ୭ ଦିନ ମଧ୍ୟରେ ୟୁକ୍ରେନ ସେନା ଏମିତି ଚାଲ ଖେଳିଛି ଯେ ଚିନ୍ତାରେ ପଡିଯାଇଛନ୍ତି ପୁଟିନ । କିଛି ମାସ ଧରି ଭୟଭୀତ ହୋଇ ରହିଥିବା ୟୁକ୍ରେନ ସେନା ଏବେ ଋଷକୁ ଚାଲେଞ୍ଜ ଦେବା ଆରମ୍ଭ କଲେଣି । ଋଷରେ ପଶି ଋଷ ସେନାଙ୍କୁ ତଡିବାରେ ୟୁକ୍ରେନ ସେନା ସଫଳ ହୋଇଛନ୍ତି । ଗୋଟିଏ ବର୍ଷ ଧରି ପୁଟିନ ସେନା ୟୁକ୍ରେନର ଯେତିକି ଜମି ଅକ୍ତିଆର କରିଥିଲା, ତା ଠାରୁ ଅଧିକ ଜମି ୟୁକ୍ରେନ ସେନା ମାତ୍ର ୭ ଦିନରେ ଦଖଲ କରିଛି । ବର୍ତ୍ତମାନ ୟୁକ୍ରେନ ସେନା ଋଷର କୁସର୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଜାରି ରଖିଛି । ଉକ୍ତ ଅଞ୍ଚଳଟି ହେଉଛି ଋଷର ପରମାଣୁ ଘାଟି। ୟୁକ୍ରେନ ସେନା ଯେତେବେଳେ ଋଷର ପରମାଣୁ ଘାଟି ନିକଟରେ ପହଞ୍ଚିସାରିଛି ଏହାକୁ ଦେଖି ପୁଟିନଙ୍କ ଚିନ୍ତା ବଢିଛି ।