ପୁରୀ ପୋଲିସ ହାତରେ ୨ ବାଇକ ଲୁଟେରା

ଅପରେସନ ଚକ୍ର ଜରୀଆରେ ଅପରାଧକୁ ନିୟନ୍ତ୍ରଣ କରିବାରେ ପୁରୀ ପୁଲିସକୁ ଅନେକ ସଫଳତା ମିଳିଛି। ତେବେ ପୁରୀ ସହରର ବିଭିନ୍ନ ଅଞ୍ଚଳରୁ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ବାଇକ୍ ଲୁଟ୍ କରୁଥିବା ଏକ ବଡ ଗ୍ୟାଙ୍ଗର ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୬ଟି ମୋଟର ସାଇକେଲ ଜବତ କରାଯାଇଛି। ଏମାନେ କେବଳ ବାଇକ୍ ଲୁଟ୍ କରୁଛନ୍ତି ତାହା ନୁହେଁ ବିଭିନ୍ନ ଅପରାଧ ସହିତ ଜଡିତ ଥିବା ପୁଲିସ ସୂଚନା ଦେଇଛନ୍ତି। ସିଂହଦ୍ଵାର ଥାନା, ଟାଉନଥାନା, ସମୁଦ୍ରକୂଳ ଥାନା, ବଳିଆ ପଣ୍ଡା, କୁମ୍ଭାରପଡ଼ା , ତାଳବଣିଆ ଆଦି ବିଭିନ୍ନ ଥାନାରେ ସେମାନଙ୍କ ବିରୁଦ୍ଧରେ ଅନେକ ମାମଲା ରହିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ସଦର ଏସଡିପିଓ କହିଛନ୍ତି।