ପଞ୍ଜାବ ପୋଲିସକୁ ସୁରକ୍ଷା ମାଗିଲେ ଗାୟକ ମନକୀରତ ଔଲଖ
ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯିବା ବିବାଦ ଥମିବାର ନାଁ ଧରୁନି ।
(ପଞ୍ଜାଵ) : ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯିବା ବିବାଦ ଥମିବାର ନାଁ ଧରୁନି । ତେବେ ଏହି କାରଣରୁ ପଞ୍ଜାବୀ ଗାୟକ ମନକୀରତ ଔଲଖ ନିଜ ପାଇଁ ମାଗିଛନ୍ତି ସୁରକ୍ଷା। ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ପଞ୍ଜାବ ପୁଲିସ୍କୁ ଅନୁରୋଧ କରିଛନ୍ତି।

ଯାହାର କାରଣ ହେଉଛି ଗତ ଏପ୍ରିଲ ମାସରେ ତାଙ୍କୁ ମିଳିଥିଲା ହତ୍ୟା ଧମକ। ଦବିନ୍ଦର ବାମ୍ବିହା ଗ୍ୟାଙ୍ଗ ଠାରୁ ସେ ଧମକ ପାଇଥିଲେ। ତେଣୁ ସୁରକ୍ଷା ଯୋଗାଇ ଦେବାକୁ ସେ ପଞ୍ଜାବ ପୁଲିସ୍କୁ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ , ଗାୟକରୁ ରାଜନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗତ ରବିବାର ପଞ୍ଜାବର ମନସା ଜିଲ୍ଲାର ଜୱାହାରକେ ଗାଁ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ୩୦ ରାଉଣ୍ଡ ଗୁଳି କରାଯାଇଥିବା ବେଳେ ସେଥିରୁ ୨୪ଟି ତାଙ୍କ ଶରୀରରେ ବାଜିଥିଲା। ୨୪ଟି ଗୁଳିରୁ ଗୋଟିଏ ତାଙ୍କ ମୁଣ୍ଡରେ ବାଜିଥିଲା।