ଅସୁସ୍ଥ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଅସୁସ୍ଥ । ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ୨ ଦିନ ଧରି ଘରେ ଚିକିତ୍ସା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଭଗୱନ୍ତ ସିଂ ମାନ୍ । ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭଗୱନ୍ତ ସିଂ ମାନ୍ । ମୁଖ୍ୟମନ୍ତ୍ରୀଙ୍କୁ ଭାଇରାଲ୍ ଜ୍ୱର ଏବଂ କିଛି ପାଚନ ସମସ୍ୟା ରହିଛି କିନ୍ତୁ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାର ଖବର ପାଇବା ପରେ, ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ୍ ଗୁରୁବାର ତାଙ୍କ ସରକାରୀ ବାସଭବନକୁ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ।

ମୁଖ୍ୟମନ୍ତ୍ରୀ ଅସୁସ୍ଥ ହେବା ପରେ ପଞ୍ଜାବ କ୍ୟାବିନେଟ ବୈଠକ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମାନ ଏହାର ଅଧ୍ୟକ୍ଷତା କରିବାର ଥିଲା। ବୈଠକରେ ବନ୍ୟା ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ରାଜ୍ୟରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଥିଲା ।