ପବଜି ଖେଳାଳିଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ:ପବଜି ଖେଳାଳିଙ୍କ ପାଇଁ ଖୁସିର ଖବର । ଭାରତରେ ପୁଣିଥରେ ବ୍ୟାଟେଲଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ହେଉଛି। ସରକାର ଗତବର୍ଷ ଜୁଲାଇରେ ଗୋପନୀୟତା ଏବଂ ସୁରକ୍ଷା କାରଣରୁ ଏହି ଲୋକପ୍ରିୟ ଗେମ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ବର୍ତ୍ତମାନ ସଙ୍କେତ ମିଳୁଛି ଯେ, ଖୁବ୍ଶୀଘ୍ର ଭାରତୀୟ ୟୁଜର୍ସମାନେ ପୁଣି ପବଜି ମଜା ନେଇପାରିବେ।ସରକାର ୨୦୨୨ରେ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ବିଜିଏମ୍ଆଇକୁ ହଟାଇ ଦେଇଥିଲେ । ଡି ଏହି ଗେମ୍ ସମ୍ବନ୍ଧରେ ଆସୁଥିବା ରିପୋର୍ଟ ଅନୁଯାୟୀ, ସରକାର ବିଜିଏମ୍ଆଇକୁ ୩ ମାସର ପରୀକ୍ଷା ଅବଧି ପାଇଁ ଆରମ୍ଭ କରିବାକୁ କହିଛନ୍ତି।ଏହି ଆପ୍ ଭାରତର ସମସ୍ତ ନିୟମ ପାଳନ କରୁଛି କି ନାହିଁ ତାହା ସରକାର ଦୃଷ୍ଟି ଦେବେ। ଯଦି ଆପରେ କୌଣସି ଦୋଷ ନ ମିଳେ, ତେବେ ଏହା କୌଣସି ପ୍ରତିବନ୍ଧକ ବିନା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।
ରିପୋର୍ଟ ଅନୁଯାୟୀ ଏହା ପୂର୍ବ ଭଳି ଖେଳାଳିଙ୍କ ପାଇଁ ୨୪x୭ ଉପଲବ୍ଧ ହେବ ନାହିଁ। ଏଥର ଏହାକୁ ଖେଳିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ରହିପାରେ। ଏହା ସହିତ, ଡେଭଲପର୍ ଖେଳର ରକ୍ତ ପରି ଗ୍ରାଫିକ୍ସ ଅପସାରଣ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।