ଡାକ୍ତରଖାନାରେ ଭିନେଶ ଫୋଗଟଙ୍କୁ ଭେଟିଲେ ପିଟି ଉଷା

0

ବ୍ୟୁରୋ : ଡାକ୍ତରଖାନାରେ ଭିନେଶ ଫୋଗଟଙ୍କୁ ଭେଟିଲେ ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସଭାପତି ପିଟି ଉଷା । ଫାଇନାଲ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍ ହେବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି ଭିନେଶ ।

ସୂଚନାନୁସାରେ, ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ଫାଇନାଲରୁ ଅଯୋଗ୍ୟ ହେବା ପରେ ରେସଲର ଭିନେଶ ଫୋଗଟ ବୁଧବାର, ଅଗଷ୍ଟ ୭ ତାରିଖରେ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଅସୁସ୍ଥ ହୋଇ ପ୍ୟାରିସରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଛନ୍ତି। ଡିହାଇଡ୍ରେସନ୍ (ଶରୀରରୁ ଜଳୀୟ ଅଂଶ କମିଯିବା) କାରଣରୁ ଅଲିମ୍ପିଆନ୍ ହତାଶ ହୋଇପଡିଥିବା ସୂତ୍ରରୁ ପ୍ରକାଶ।

ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ବୁଧବାର ଦିନ ଓଜନ ସମୟରେ ମାତ୍ର ୧୦୦ ଗ୍ରାମ ଅଧିକ ଓଜନିଆ ଥିବାରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇଥିଲେ। ସେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ପାଇଁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ତାହା ପୂର୍ବରୁ ଖେଳିବା ପାଇଁ ଅଯୋଗ୍ୟ ଘୋଷିତ ହୋଇଗଲେ।