ଗଞ୍ଜାମ: ଦିନକୁ ଦିନ ରାଜ୍ୟରେ ବଢୁଛି ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା । ନିକଟରେ ଗୋପାଳପୁର ଗଣଦୁଷ୍କର୍ମ ମାମଲା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବେଳେ ରାଜ୍ୟବ୍ୟାପି ଚାଲିଛି ବିକ୍ଷୋଭ ପ୍ରଦର୍ଶନ । ତେବେ ଗୋପାଳପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାତ୍ରୀ, ଶିଶୁ, ମହିଳାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ତଥା ଛାତ୍ରୀ, ମହିଳାମାନଙ୍କ ନିରାପତ୍ତା ଓ ଅଶ୍ଳିଳତା, ଅପସଂସ୍କୃତି, ମଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ଦାବିରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଛି ।
ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ୍ ସାହୁ, କୋଷାଧ୍ୟକ୍ଷ କିସାନ୍ କୁମାର ସାହୁ ଜିଲ୍ଲା କମିଟି ସଭ୍ୟ କାମରାଜ ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଗୋପାଳପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳା, ଛାତ୍ରଛାତ୍ରୀ ଆଦି ଏହି ବୋକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିବା ବେଳେ ଶିଶୁ, ମହିଳାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ତଥା ଛାତ୍ରୀ, ମହିଳାମାନଙ୍କ ନିରାପତ୍ତା ଓ ଅଶ୍ଳିଳତା, ଅପସଂସ୍କୃତି, ମଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ପାଇଁ ବିକ୍ଷୋଭ ସମାବେଶରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି ।