ନିଜ ମାଟିରେ ନାକ କାଟିଦେଲା ଭାରତ, ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା

IND vs SA: ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନର ବିଶାଳ ବିଜୟରେ ପରାସ୍ତ କରିଛି। ୫୪୯ ରନର ଟାର୍ଗେଟକୁ ପିଛା କରି ଭାରତର ଦ୍ୱିତୀୟ ଇନିଂସ ୧୪୦ ରନରେ ଶେଷ ହୋଇଛି। ଏହି ଟେଷ୍ଟରେ ଭାରତର ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ, ପ୍ରଥମ ଇନିଂସରେ କେବଳ ଯଶସ୍ୱୀ ଜୟସୱାଲ ଅର୍ଦ୍ଧଶତକ ଏବଂ ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ଅର୍ଧଶତକ ହାସଲ କରିଥିଲେ। ଟିମ୍ ଇଣ୍ଡିଆ ମଧ୍ୟ ପ୍ରଥମ ଇନିଂସରେ ୨୦୧ ରନରେ ଅଲଆଉଟ୍ ହୋଇଥିଲା। ଏହି ସିରିଜରେ ଅଧିନାୟକ ଭାବରେ ଟେମ୍ବା ବାଭୁମା କେବେବି ଟେଷ୍ଟ ନହାରିବାର ରେକର୍ଡ ବଜାୟ ରଖିଛନ୍ତି। ଏହାସହ ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୦ ରେ ପୋଛିନେଇଛି ।

କ୍ୟାପଟେନ୍ ଟିମ୍ବା ବଭୁମାଙ୍କ ଟିମ୍ ଭାରତକୁ ୨-୦ରେ କ୍ଲିନ୍ ସ୍ୱିପ୍ କରିଛନ୍ତି । ଲଗାତାର ଦୁଇଟି ସିରିଜ ଘରୋଇ ମାଟିରେ ପରାଜିତ ହୋଇଛି ଭାରତୀୟ ଦଳ । ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ଟିମ୍ ଭାରତକୁ ହୋମଗ୍ରାଉଣ୍ଡରେ ପାଣି ପିଆଇ ଦେଇଛି । ଦମଦାର ପ୍ରଦର୍ଶନ ପାଇଁ ମାର୍କୋ ଜନଶନ ମ୍ୟାନ୍ ଅଫ ଦ ମ୍ୟାଚ ଏବଂ ସିମନ ହାର୍ମର ମ୍ୟାନ୍ ଅଫ ଦ ସିରିଜ ହୋଇଛନ୍ତି । ୨୫ ବର୍ଷ ପରେ ଭାରତରେ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା । ୪୦୮ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ ସ୍କୋର କରିଥିଲା । ଏହାର ଜବାବରେ ଭାରତ ମାତ୍ର ୨୦୧ ରନ ସ୍କୋର କରିଥିଲା । ବଡ ଲିଡ୍ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୩ୟ ଇନିଂସରେ ୫ ଓ୍ବିକେଟ ବିନିମୟରେ ୨୬୦ ରନ ସ୍କୋର କରି ପାଳି ଘୋଷଣା କରିଥିଲା । ଭାରତ ଆଗରେ ୪ର୍ଥ ଇନିଂସରେ ମ୍ୟାଚ ଜିତିବାକୁ ୫୪୯ ରନର ଟାର୍ଗେଟ୍ ଦେଇଥିଲା । ତେବେ ଭାରତ ମାତ୍ର ୧୪୦ ରନରେ ଅଲଆଉଟ ହୋଇ ସିରିଜରେ ହ୍ୱାଇଟ୍ ଓ୍ୱାସ୍ ହୋଇଛି ।

ପ୍ରଥମ ଇନିଂସ୍‌ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଥିବା ବେଳେ ଜାଦେଜା ଦୁଇଟି ୱିକେଟ୍‌ ନେଇଥିଲେ। ଏହା ପରେ ଭାରତର ବ୍ୟାଟିଂ କରିବା ପାଳି ଆସିଥିଲା। ବ୍ୟାଟିଂ କରି ଭାରତୀୟ ଦଳ ଏହାର ପ୍ରଥମ ଇନିଂସ୍‌ରେ କେବଳ ୨୦୧ ରନ୍‌ କରିପାରିଥିଲା। ଏହି ଟେଷ୍ଟ ମ୍ୟାଚରେ ଭାରତର ବ୍ୟାଟସମ୍ୟାନମାନେ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। କେବଳ ଯଶସ୍ୱୀ ଜୟସୱାଲ ଭଲ ବ୍ୟାଟିଂ କରି ଆଉଟ ହେବା ପୂର୍ବରୁ ୫୮ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନସେନ ୬ଟି ୱିକେଟ ଏବଂ ସାଇମନ ହାର୍ମର ୩ଟି ୱିକେଟ ନେଇଥିଲେ।